ସିମଲା : ସୁଖଓ୍ବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେ ହେବେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ । ଶନିବାର ସଂଧ୍ୟାରେ ବସିବାକୁଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବ । ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ହିମାଚଳ ପ୍ରଦେଶରେ ରାଜନୀତି ସରଗରମ ରହିଛି । ଏହା ପରେ ସୁଖୁଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହେବ । କଂଗ୍ରେସ ନେତୃତ୍ବ ପ୍ରତିଭା ସିଂଙ୍କୁ ବୁଝାଇବା ପରେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଯାଇଥିବା ଜଣାଯାଇଛି । ତେବେ ପ୍ରତିଭା ସିଂଙ୍କ ସମର୍ଥକମାନେ ଏଥିରେ ଖୁସି ନାହାଁନ୍ତି । ଆଗାମୀ ଦିନରେ ଦଳରେ କନ୍ଦଳ ହେବ ବୋଲି କିଛି ସମର୍ଥକ ଖୋଲାଖୋଲି ଧମକ ଦେଇଛନ୍ତି । ସୁଖୁଙ୍କ ପଛରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ତାଙ୍କ ନାମ ଘୋଷଣା ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇଛନ୍ତି । ତେବେ ଏହି ଉତ୍ସବରୁ ପ୍ରତିଭା ସିଂଙ୍କ ସମର୍ଥକ ବିଧାୟକ ମାନେ ଦୂରେଇ ରହିଥିବା କୁହାଯାଉଛି ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ