ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ସଞ୍ଜୟଙ୍କ ଭାଇ ସୁନିଲ ଏହି ସୂଚନା ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତକାଲି ସକାଳେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିବା ସହ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ। ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ତେଣୁ ଇଡି ତାଙ୍କ ବାସଭବନକୁ ଯାଇଥିଲା । ସଂଧ୍ୟାରେ ତାଙ୍କୁ ଇଡି ଅଫିସ ଅଣାଯାଇ ପଚରାଉଚୁରା କରାଯାଇଥିଲା । ପରେ ଗିରଫ କରାଯାଇଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post