ଆଜି ହରିୟାଣାର ପାନପତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ୍ ଅଏଲ ପାନିପତ ରିଫାଇନାରୀରେ ୨ଜି ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ । ୯୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏଠାରୁ ପ୍ରତିଦିନ ୧୦୦ କିଲୋଲିଟର ଇଥାନଲ ଉତ୍ପାଦନ ହୋଇପାରିବ । ରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।କୃଷକଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ । ୧ ଲକ୍ଷ କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ମିଳିପାରିବ । ଏହି ୨ଜି ଇଥାନଲ ପ୍ଲାଣ୍ଟ ହେବା ଦ୍ୱାରା ନଡ଼ା ଜାଳିବାରୁ ମୁକ୍ତି ମିଳିବ ।
କୃଷି ଅବଶେଷାଂଶରୁ ଜୈବ ଇନ୍ଧନ ଉତ୍ପାଦନ ହେବ । ଆଜି ଅପରାହ୍ଣ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ମିତ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଯୋଗଦେବେ ।