ହିଂସା ପାଇଁ ଡ୍ରୋନରେ ଅସ୍ତ୍ର ପଠାଉଛି ପାକିସ୍ତାନ

ଜମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନ ଏବେ ନୂଆ ରଣନୀତି ଆରମ୍ଭ କରିଛି । ଆତଙ୍କବାଦୀମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଏବେ ଡ୍ରାେନର ବ୍ୟବହାର କରୁଛି । । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ କରିଛି । ଯେଉଁସବୁ ଡ୍ରୋନ୍ ଦ୍ବାରା ଅସ୍ତ୍ର ପକାଉଛି ପାକିସ୍ତାନ । ଆତଙ୍କବାଦୀମାନେ ପାକିସ୍ତାନ ସେନା ସହାୟତାରେ ଡ୍ରୋନ ଦ୍ବାରା ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ସାମଗ୍ରୀ ବିତରଣ ପାଇଁ ବ୍ୟବହାର କରାଯାଉଥିବା ସନ୍ଦେହ କରୁଛି ସେନା ।

ତେଣୁ ଏସବୁୁ ଡ୍ରୋନକୁ ଅବରୋଧ କରିବା ପାଇଁ ଜମ୍ମୁ, ଶ୍ରୀନଗର, କାଠୁଆ, ସାମ୍ବା ଏବଂ ଡୋଡା ଜିଲ୍ଲାର ଆଠଟି ସ୍ଥାନରେ ଏହି ଖୋଜାଖୋଜି ଆରମ୍ଭ କରିଛି ସେନା ।