ନୂଆ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ । ସମସ୍ତ ବ୍ୟକ୍ତି ନାଁ ଉଲ୍ଲେଖ କରି ଏଫଆଇଆର ଦାଏର କରିଛି । ଏହି ସର୍କୁଲାର ଜାରି କରିବା ପରେ ମନୀଷ ସିସୋଦିଆ ଓ ଅନ୍ୟ ବ୍ୟକ୍ତିମାନେ ଦେଶ ବାହାରକୁ ଯାଇପାରିବେ ନାହିଁ , ଯଦି ଏପରି କରନ୍ତି ତେବେ ତାଙ୍କୁ ହେପାଜତରେ ନିଆଯିବ ।
ସିବିଆଇ ରେଡ ପରେ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ ଅଯଥାରେ ହଇରାଣ କରାଯାଉଛି । ମୋଦୀ କେବଳ ଅନ୍ୟ ଦଳୀୟ ସରକାରଙ୍କୁ ତଳିତଳାନ୍ତ କରିବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ । ଏହା ପରେ ପରେ ତାଙ୍କ ସହ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।