ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଚର୍ଚା ଜୋରଦାର

ଜି-୨୩ ଗୋଷ୍ଠୀର ନେତୃତ୍ବ ନେଉଥିବା ଗୁଲାମ ନବୀ ଆଜାଦ ଏବେ ବି ଅସନ୍ତୁଷ୍ଟ ଥିବା ଜଣାପଡିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ବରୁ ସେ ଇସ୍ତଫା ଦେଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ପଦବୀ ଯାହାକୁ ଦିଆଯାଉଛି ସେ ନେଇ ଆଲୋଚନା ହେଉନଥିବା ସେ ଅଭିଯୋଗ କରିଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବୀ । ଏପରିକି ଜାମ୍ମୁ କାଶ୍ମୀର କଂଗ୍ରେସ ରାଜନୈତିକ ବ୍ୟାପାର କମିଟିରୁ ମଧ୍ୟ ଗୁଲାମ ନବୀ ଇସ୍ତଫା ଦେଇଛନ୍ତି ।

ପୂର୍ବରୁ ଜାମ୍ମୁ କାଶ୍ମୀର କଂଗ୍ରେସ ଦଳୀୟ କମିଟିରେ ବ୍ୟାପକ ଅଦଳବଦଳ ହୋଇଥିଲା ଏବଂ ଏଥିରେ ଗୁଲାମ ନବୀଙ୍କ ସମର୍ଥକଙ୍କୁ ଦାୟିତ୍ବ ଦିଆଯାଇନଥିଲା । ଏବେ ପ୍ରଚାର କମିଟିରୁ ସେ ଇସ୍ତଫା ଦେବେ ପରେ ଚର୍ଚା ଜୋର ଧରିଛି । ଜାମ୍ମୁ କାଶ୍ମରରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ନିର୍ବାଚନ ହେବ ତାହା ପୂର୍ବରୁ କଂଗ୍ରେସ ସଂଗଠନ ମଜବୁତ କରିବାକୁ ଚାହୁଁଛି । ତେବେ ଦଳ ଭିତରେ ଠିକ୍ ଠାକ ଚାଲିନଥିବା ଚର୍ଚା ହେଉଛି