କେରଳ ପରେ ଏବେ ଦିଲ୍ଲୀରେ ଚିହ୍ନଟ ହୋଇଛି ମଙ୍କିପକ୍ସ ଚତୁର୍ଥ ମାମଲା । ଯାହାକୁ ନେଇ ଏବେ ଦିଲ୍ଲୀରେ ଭୟ ଖେଳିଯାଇଛି । ତେବେ ତାଙ୍କର ଟାଭ୍ରେଲ ହିଷ୍ଟ୍ରି ନାହିଁ ବୋଲି ଜଣାପଡିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଚିହ୍ନଟ ଥିବା ବ୍ୟକ୍ତିଙ୍କ ବୟସ 34 ବର୍ଷ । ସେ ହିମାଚଳ ପ୍ରଦେଶ ମନାଲିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ହେବାରୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ନମୂନା ପଜିଟିଭ୍ ଆସିଛି ।
ଦିଲ୍ଲୀର ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି (ପୁରୁଷ)ଙ୍କୁ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯିବା ପରେ ତାଙ୍କୁ ଲୋକ ନାୟକ ହସ୍ପିଟାଲ୍ରେ ସଙ୍ଗରୋଧରେ ରଖା ଯାଇଥିଲା । ପୁନେ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ଦ୍ୱାରା ରୋଗ ନିରୂପଣ କରା ଯିବା ପରେ ଏହାକୁ ସୁନିଶ୍ଚିତ କରା ଯାଇଅଛି । ଆକ୍ରାନ୍ତ ବ୍ୟକ୍ତି ବର୍ତମାନ ଲୋକ ନାୟକ ହସ୍ପିଟାଲ୍ର ସଙ୍ଗରୋଧ କେନ୍ଦ୍ରରେ ଆରୋଗ୍ୟ ଲାଭ କରୁଛନ୍ତି । ରୋଗୀର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରା ଯାଇଛି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରଖା ଯାଇଅଛି । ପରବର୍ତୀ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ଗୁଡିକ ଯଥା, ସଂକ୍ରମଣ ଉତ୍ସର ଚିହ୍ନଟୀକରଣ, ପରିବର୍ଦ୍ଧିତ ସମ୍ପର୍କ ନିରୂପଣ, ଘରୋଇ ଚିକିତ୍ସକ ମାନଙ୍କର ପରୀକ୍ଷଣ ସମ୍ବେଦନଶୀଳତା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରାଯାଉଛି । ଆଜି ଅପରାହ୍ନ ୩ଟାରେ ପରିସ୍ଥିତିର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରା ଯିବାକୁ ଯୋଜନା କରାଯାଇଛି ।