ବରଫ ପାଲଟିଲା ଡାଲ୍‌ ହ୍ରଦ

ଶ୍ରୀନଗର: ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏପରିକି କାଶ୍ମୀରରେ ମାଇନସ ଶୂନ ଡିଗ୍ରୀ ତଳେ ତାପମାତ୍ରା ରହୁଥିବାରୁ ଡାଲ ହ୍ରଦ ବରଫ ପାଲଟି ଯାଇଛି । ପାଣି ବରଫ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସମଗ୍ର ଉତ୍ତର ଭାରତ ସହ ଜମ୍ମୁ-କାଶ୍ମୀରରେ ପ୍ରବଳ ଶୀତ ଲହରି ଜାରି ରହିଛି। କାଶ୍ମୀରର ଏକାଧିକ ସ୍ଥାନରେ ରାତିର ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ପ୍ରସିଦ୍ଧ ଡାଲ୍‌ ହ୍ରଦର ପାଣି ବରଫରେ ପାଲଟି ଯାଇଥିବାରୁ ପର୍ଯ୍ୟଟକମାନେ ମଧ୍ୟ ସମସ୍ୟାରେ ପଡିଛନ୍ତି ।