ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି ହେବ । ନିର୍ବାଚନ ପାଇଁ ଏବେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି ।
ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସଚିନ ପାଇଲଟ, ଜିଗ୍ନେଶ ମେୱାଣୀ ଓ କହ୍ନେୟା କୁମାରଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତାଙ୍କ ନାମ ରହିଛି ।
ସୂଚନା ଥାଉକି,