ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁ କରୁ ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି ।
ଶୁକ୍ରବାର ଦିନ ଗଦା ଗଦା ଟଙ୍କା ସହ ସୁନାରୂପା ଅଳଙ୍କାର ଜବତ କରିଥିଲା ଇଡି । କୁହାଯାଇଥିଲା ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହକାରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଗିରଫ କରିଛି । ଇଡି ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଥିବା ଇଡି କହିଛି । ଏହି ମାମଲାରେ ମମତା କହିଛନ୍ତି ଆଇନ ତାବାଟରେ ଯିବ ।