ଛାଡିଲେ ଆନନ୍ଦ ଶର୍ମା ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା
ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡୁଥିବା ବେଳେ ଏବେ ଦଳରେ କିଛି ଠିକ ଠାକ ନଥିବା ଚର୍ଚା ହେଉଛି । ଏହି କ୍ରମରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେ ପାର୍ଟିର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
ଆନନ୍ଦ ଶର୍ମା ଏନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠି ମାଧ୍ୟମରେ ସେ ଜଣାଇଛନ୍ତି କି ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଉଛି । ହିମାଚଳ ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ଦଳ ତରଫରୁ ନିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ମତ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ସୂଚନା ଥାଉକି ଜି-୨୩ ନେତାମାନନଙ୍କ ମଧ୍ୟରେ ସାମିଲ ଥିବା ଗୁଲାମନବୀ ଆଜାଦ ବି ଜମ୍ମୁ-କାଶ୍ମୀର ଅଭିଯାନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କିଛିଦିନ ପରେ ଆଜି ଆନନ୍ଦ ଶର୍ମା ବି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।