ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବେ ସିବିଆଇ ହେପାଜାତରେ । କେବଳ ସେ ନୁହଁନ୍ତି ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ମଧ୍ୟ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଥିଲେ ଯେ ତଦନ୍ତ ସମୟରେ ଉଭୟ ସହଯୋଗ କରି ନଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକନ ଗ୍ରୁପକୁ ଋଣ ଦେଣନେଣରେ ତାଙ୍କ ପଦବିର ଦୁରୁପଯୋଗ କରିଥିବା ଯୋଗୁ ଚନ୍ଦା ଏବଂ ତାଙ୍କ ସ୍ବାମୀଙ୍କୁ ଶୁକ୍ରବାର ଗିରଫ କରିଥିଲା ସିବିଆଇ। ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଗ୍ରୁପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା। କିନ୍ତୁ ଭିଡିଓକନ ଗ୍ରୁପ୍ ଉକ୍ତ ଋଣର ପ୍ରାୟ ୮୬ ପ୍ରତିଶତ ଅର୍ଥାତ ୨୮୧୦ କୋଟି ଟଙ୍କା ପରିଶୋଧ କରିନଥିଲା, ଯାହାକି ଏନପିଏରେ ରହିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post