ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆର କର୍ଲି କ୍ଲବର ମାଲିକକୁ ଗିରଫ କରିଛି ପୋଲିସ। କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଥିବା ପୋଲିସ କହିଛି କରିଛି ପୋଲିସ୍ । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍, ସୁଖବିନ୍ଦର ସିଂ , କର୍ଲି କ୍ଲବର ମାଲିକ ଏବଂ ଜଣେ ଡ୍ରଗ୍ ବେପାରୀ ପୋଲିସର ହେପାଜତରେ ଅଛନ୍ତି । ପୋଲିସ ଏମାନଙ୍କୁ ପଚରାଉଚୁରା କରୁଛି । ତେବେ କଣ ପାଇଁ ସୋନାଲିଙ୍କୁ ହତ୍ୟା କରାଗଲା ତାର ଖୋଳତାଡ଼ କରୁଛି ପୋଲିସ । ନାଇଟ ପାର୍ଟିରେ ଜଣେ ଅଭିଯୁକ୍ତ ବଳପୂର୍ବକ ସୋନାଲିଙ୍କୁ ଏକ ଉତ୍କଟ ନିଶା ଦ୍ରବ୍ୟ ପିଆଉଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଏହା ସ୍ୱୀକାର କରିଥିବା ମାମଲାର ତଦନ୍ତ କରୁଥିବା ଗୋଆ ପୋଲିସ ସୂଚନା ଦେଇଛି । ଭୋର ପ୍ରାୟ ସାଢେ ୪ଟା ବେଳେ ଟଳମଳ ଅବସ୍ଥାରେ ସୋନାଲିଙ୍କୁ ତାଙ୍କର ଦୁଇ ସହଯୋଗୀ ଟଏଲଟ୍ ଯିବାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଦୁଇ ଘଣ୍ଟା ଧରି ସୋନାଲି ଟଏଲଟ୍ ମଧ୍ୟରେ ରହିଥିବା ଗୋଆ ପୋଲିସ ଆଇଜି ସୂଚନା ଦେଇଛନ୍ତି ।
Trending
- ଏୟାର ଇଣ୍ଡିଆ ପାଇଁ ଏବେ ସମୟ ଭଲ ନାହିଁ,ଆଜି ଦିନ ୬ଟି ଅନ୍ତର୍ଜାତୀୟ ବିମାନ ବାତିଲ
- ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , 7 ମୃତ
- ଭୁଷୁଡ଼ିଲା ସେତୁ , 20 ପର୍ଯ୍ୟଟକ ନିଖୋଜ , 2 ମୃତ
- ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍
- ଜୁନ 20 ରେ ଆସିବେ ମୋଦୀ
- ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ
- ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ
- ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି
- ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ