ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଆଜି ସକାଳ ୬ ଟାରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯାଇଛି । ଦୁଇଟି ଗେଟରେ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ । ପିଠାବଟା ଓ କାଲିଆଣୀ ଏହି ଦୁଇ ଫାଟକରେ ପ୍ରବେଶ କରିବେ । ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶିମିଲିପାଳ ବ୍ୟାଘ୍ର ସଂରକ୍ଷଣ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶିମିଳିପାଳ ଓଡ଼ିଶାର ଗର୍ବ ଓ ଗୌରବ । ନିକଟରେ ଶିମିଳିପାଳ କଳା ବାଘକୁ ନେଇ ନୂଆ ପରିଚୟ ସୃଷ୍ଟି କରିଛି । ନେଟ୍-ଜିଓ-ୱାଇଲ୍ଡ, ନ୍ୟାସନାଲ୍ ଜୋଗ୍ରାଫି ଭଳି ଚ୍ୟାନେଲରେ କଳାବାଘର ଫଟୋକୁ ନେଇ ବେଶ୍ ଚର୍ଚ୍ଚା ହୋଇଛି । ଏଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ବର୍ଷାଦିନେ ଏହା ବନ୍ଦ ରହିଥାଏ । ଏବେ ବର୍ଷା ଦିନ ଯାଇଛି ଶୀତ ଦିନ ଆସିଛି । ଏବେ ପୁଣି ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିବ ।

Leave a comment