ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା

ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ପୂରା ହୋଇଛି। ଅପେକ୍ଷାର ଅନ୍ତ ଘଟିଛି। ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା ମିଳିଛି। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହିତ ରାଜ୍ୟର ଦ୍ବିତୀୟ ଓ ଦେଶର ୧୦୭ତମ ଜାତୀୟ ପାର୍କ ତାଲିକାରେ ଶିମିଳିପାଳ ଯୋଡ଼ି ହୋଇଯାଇଛି। ରାଜ୍ୟର ପ୍ରଥମ ଜାତୀୟ ପାର୍କ ହେଉଛି ଭିତରକନିକା ଜାତୀୟ ଉଦ୍ୟାନ, ଯାହା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଅଛି।

Leave a comment