ଶିମିଳିପାଳକୁ ବୁଲିବାକୁ ଭାବିଛନ୍ତି କି? ତେବେ ଡେରି କାହିଁକି ଏବେ ଶୀତ ଟିକେ ଆସିଲାଣି । ବୁଲିଆସନ୍ତୁ ଶିମିଳିପାଳ । ଏବେ ଯଦି ଯିବେ ତେବେ ଦେଖିବାକୁ ପାଇବେ ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭ ରୁ ଆସି ମୟୂରଭଞ୍ଜ ପହଞ୍ଚି ସାରିଛି ଆଉ ଏକ ବାଘୁଣୀ। ପାଗ ଭଲ ଅଛି । ଭାରି ମଜା ଲାଗିବ ଏବେ ଶିମିଳାପାଳ ଅଭୟାରଣ୍ୟ ନିଶ୍ଚୟ ।
ତେବେ ଶିମିଳିପାଳର କୋର ଅଂଚଳରେ ରହିଥିବା ସଫଟ ଏନକ୍ଲୋଜରରେ ଆଜି ବାଘୁଣୀକୁ ଛଡାଯାଇଛି । ଏହାପରେ ତା’ର ସ୍ବାସ୍ଥ୍ୟ ଅବସ୍ଥାକୁ ଲକ୍ଷ୍ୟ କରି ତାକୁ କେବେ ଏନକ୍ଲୋଜରରୁ ମୁକ୍ତ କରାଯିବ ସେନେଇ ଶିମିଳିପାଳ କର୍ତ୍ତୃପକ୍ଷ ନିଷ୍ପତି ନେବେ ।
୨୦୨୩ ବାଘ ଗଣନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା।
ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀକୁ ଶିମିଳିପାଳ ଅଣାଯାଇଛି ।