ଭାରତରେ ଓପନଏଆଇ କଲା ପ୍ରଥମ ନିଯୁକ୍ତି
ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ କର୍ମଚାରୀ ଭାବରେ ନିଯୁକ୍ତ କରିଛି ।ସେ ଏହି ମାସ ଶେଷରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଜ୍ଞା ମିଶ୍ର ଓପନଏଆଇ ପାଇଁ ଭାରତରେ ପବ୍ଲିକ୍ ପଲିସି ଆଫେୟର୍ସ ହେଡ୍ ଭାବେ ଦାୟିତ୍ୱ ସମ୍ଭାଳିବେ ।