ବଟନ ବଦଳାଇଲେ ରଙ୍ଗ ବଦଳାଇବ ବିଏମ୍ଡବ୍ଲ୍ୟୁ ଆଇଏକ୍ସ
ମେଟ୍ରୋ ଟିଭି ଓଡିଶା,୬/୧: ବିଏମଡବ୍ଲ୍ୟୁର ନୂଆ କାର ବଜାରକୁ ଆସୁଛି ଯାହା ଦବାଇବା କ୍ଷଣି ତାର ରଙ୍ଗ ବଦଳିଯାଉଛି । ଏହି କାର ମଡେଲର ନାମ ହେଉଛି ବିଏମ୍ଡବ୍ଲ୍ୟୁ ଆଇଏକ୍ସ । ଆମେରିକାର ଲାସ୍ ଭେଗାସ୍ ସହରରେ ଏହି ଇଲେକ୍ଟ୍ରୋନିକ ସୋ ଆରମ୍ଭ ହୋଇଛି ଯେଉଥିରେ ସାମସଙ୍ଗ, ସୋନି, ବିଏମଡବ୍ଲ୍ୟୁ ବ୍ରାଣ୍ଡର ଉତ୍ପାଦ ସବୁ ପ୍ରଦର୍ଶନ କରାଯାଉଛି । ଏଥିରେ ସାମସଙ୍ଗ ଏକ ୧୮୦-ଡିଗ୍ରୀ ଘୂର୍ଣ୍ଣନ ପ୍ରୋଜେକ୍ଟର ପ୍ରଦଶଙନ କରାଇଥିବା ବେଳେ ବିଏମଡବ୍ଲ୍ୟୁ ଆଇଏକ୍ସ ଏକ ଇଲେକଟ୍ରିକକାର ଆଣିଛି ଯାହା ବଟନ ଦବାଇବା କ୍ଷଣି ରଙ୍ଗ ବଦଳାଇବ । ଏହା ଏକ ଫୋନ୍ ଡିସପ୍ଲେ ଭଳି କାମ କରିବ । କାରର ଅନ୍ୟ ତଥ୍ୟ କମ୍ପାନୀ ପ୍ରକାଶ କରିନାହିଁ ।
ଆଉଟ ଅଫ୍ ସ୍ପେକ୍ ଷ୍ଟୁଡିଓ ଦ୍ୱାରା ଅପଲୋଡ ହୋଇଥିବା ଏକ ଭିଡିଓରେ କାରର ରଙ୍ଗ ବଦଳୁଥିବାର ଦେଖିବାକୁ ମିଳିଛି । ସେହିପରି ସାମସଙ୍ଗ ଏକ ନୂତନ ପୋର୍ବେବଲ୍ ସ୍କ୍ରିନ୍ ଓ ମନୋରଞ୍ଜନ ଉପକରଣ ଫ୍ରିଷ୍ଟାଇଲ ବଜାରକୁ ଛାଡିବ ଘୋଷଣା କରିଛି । ସାଧାରଣ ବକ୍ସ ପ୍ରୋଜେକ୍ଟର ପରି ଏହା ୧୮୦ ଡିଗ୍ରୀ ଘୂର୍ଣ୍ଣନ ଫ୍ରିଷ୍ଟାଇଲ ପ୍ରୋଜେକ୍ଟର । ଯେଉଥିରେ ଉଚ୍ଚ ରେଜୋଲ୍ୟୁସନ ଭିଡିଓ ଦେଖିବାକୁ ମିଳେ । ଏହାକୁ ସବୁଠି ସହଜରେ ରଖି ଦେଖିପାରିବେ । ଅଲଗା ପରଦାର ଆବଶ୍ୟକତା ପଡେ ନାହିଁ ।