ପୁଣି ଥରେ ରିଲାଏନ୍ସ ଜିଓ ଧମାଲ କରିଛି । ଏହା ମଧ୍ୟରେ ଜିଓ ୨୦୦ ଟଙ୍କାରୁ କମ୍ ଦାମ୍ ବିଶିଷ୍ଟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନକୁ ରିଚାର୍ଜ କଲେ ଗ୍ରାହକମାନେ କମ୍ ଦାବିରେ ୫ଜି ସୁବିଧା ଉଠାଇ ପାରିବେ । ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ ୫ଜି ଡାଟା ଓ କଲିଂ ସୁବିଧା ମିଳୁଛି । ୧୯୮ ଟଙ୍କିଆ ପ୍ରିପେଡ ପ୍ଲାନର ଭାଲିଡିଟୀ ୧୪ ଦିନ ରହିଥିବା ବେଳେ ଏହି ପ୍ଲାନରେ ଦୈନିକ ଗ୍ରାହକଙ୍କୁ ୨ ଜିବି ୪ଜି ଡାଟା ମିଳିଥାଏ । ତେବେ ଗ୍ରାହକମାନେ ଯଦି ଜିଓର ୫ଜି ନେଟୱାର୍କ ଜୋନରେ ରହିଥିବେ ତେବେ ଏହି ପ୍ଲାନ ସହିତ ଅନଲିମିଟେଡ ୫ଜି ଡେଟାର ଫାଇଦା ଉଠାଇ ପାରିବେ । ଦୈନିକ ମିଳୁଥିବା ୪ଜି ଡାଟା ସମାପ୍ତ ହେବା ପରେ ଇଣ୍ଟରନେଟ ସ୍ପିଡ୍ ହ୍ରାସ ପାଇ ୬୪ କେବିପିଏସରେ ରହିଯିବ । ଏହି ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମଧ୍ୟ ମିଳୁଛି । ଏଥିସହିତ ଦୈନିକ ୧୦୦ ଏସଏମଏସ ମଧ୍ୟ ମାଗଣାରେ ମିଳୁଛି । ଗ୍ରାହକମାନେ ଜିଓଟିଭି, ଜିଓସିନେମା ଓ ଜିଓକ୍ଲାଉଡକୁ ମାଗଣାରେ ମଧ୍ୟ ସବସ୍କ୍ରିପସନ କରିପାରିବେ ସୂଚନାଯୋଗ୍ୟ ଯେ, ଅନଲିମିଟେଡ ୫ଜି ଡାଟା ଅଫର ଉପଲବ୍ଧ ଥିବା ଏହା ହେଉଛି ଜିଓର ସବୁଠାରୁ ଶସ୍ତା ପ୍ଲାନ । ପୂର୍ବରୁ ଅସୀମିତ ୫ଜି ଡାଟା ପାଇଁ ସର୍ବନିମ୍ନ ୩୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲା ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ