ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ ସେଲିବ୍ରେଶନ ଜରିଆରେ ରୟାଲ ଏନ୍ଫିଲ୍ଡ ୧୬ଟି ଏକ୍ସକ୍ଲୁସିଭ ଡିଜାଇନ ଉପସ୍ଥାପନ କରିଛି, ପ୍ରତ୍ୟେକ ଡିଜାଇନ ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ଉତ୍ସାହକୁ ଉତ୍ସର୍ଗ କରିଛି (ଶ୍ରଦ୍ଧାଞ୍ଜଳି ଜଣାଉଛି)। ପ୍ରତ୍ୟେକ ଡିଜାଇନ ସମ୍ପୃକ୍ତ ଅଞ୍ଚଳର ମହତ୍ତ୍ୱକୁ ଧାରଣ ସହ ନିଜର ମୂଳତ୍ୱକୁ ନେଇ ଗର୍ବ କରୁଥିବା ରାଇଡରମାନଙ୍କ ସହ ପ୍ରତିଧ୍ୱନିତ୍ୱ କରୁଛି। ସେହିଭଳି ଓଡିଶାର ରାଇଡରମାନେ ‘ବୁଲେଟ୍ ଟା କ’ଣ ହେଇଚି ମ’ ଟିସାର୍ଟ ସହିତ ନିଜର ଆଇକନିକ ମୋଟରସାଇକେଲ ପାଇଁ ନିଜର ସ୍ଥାନୀୟ ଗର୍ବ ଓ ଭଲ ପାଇବାକୁ ପ୍ରଦର୍ଶିତ କରିପାରିବେ। ଏପରିକି ଅତ୍ୟନ୍ତ ଯତ୍ନର ସହ ନିର୍ମିତ ଏହି ରାଜ୍ୟ ଅନୁପ୍ରାଣିତ ଟି-ଶାର୍ଟଗୁଡିକ ସ୍ଥାନୀୟ ଗର୍ବ ଓ ଗୌରବକୁ ଧାରଣ କରିଛି, ବିଶାଳ ସ୍ମାରକୀଠାରୁ ଆରମ୍ଭ କରି ଲୋକପ୍ରିୟ ଲ୍ୟାଣ୍ଡମାର୍କଗୁଡିକ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନରେ ସୁନ୍ଦର ଭାବେ ବୁଣାଯାଇଥିବା ଆଇକନିକ ବୁଲେଟ୍-କ୍ଲାସିକ୍ର ତ୍ରୁଟିହୀନ ସିଲ୍ହୌଟେ ସହିତ ପ୍ରତ୍ୟେକ ଟିଶାର୍ଟ ନିଜ ଅଞ୍ଚଳର ଅନନ୍ୟ ଆକର୍ଷଣକୁ ହାଇଲାଇଟ୍ କରୁଛି। ସେହିପରି ଏହି ଟି-ଶାର୍ଟ କେବଳ କ୍ଲୋଥିଙ୍ଗ୍ଠାରୁ ଆଗକୁ ବଢିଛି, ଏହା ରାଜ୍ୟର ସ୍ବତନ୍ତ୍ର ଉତ୍ସାହ ଓ ଏହାର ଲୋକପ୍ରିୟ ଭାଷା ଏବଂ ଚାଳକଙ୍କ ବିଶ୍ୱସନୀୟ ରୟାଲ ଏନ୍ଫିଲ୍ଡର ଏକ ସେଲିବ୍ରେଶନ ପାଲଟିଛି, ମାତ୍ର ୯୯୦ ଟଙ୍କା ମୂଲ୍ୟର ଏହି ଟି-ଶାର୍ଟଗୁଡିକୁ ୧୦୦% ବିସିଆଇ କଟନରେ ଡିଜାଇନ କରାଯାଇଛି, ଯାହା ଆରାମ ଓ ଷ୍ଟାଇଲର ପ୍ରତିଶ୍ରୁତି ଦେଉଛି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post