ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍ଆଇଟିର ଷ୍ଟାର୍ଟ୍ଅପ୍ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍ ତିଆରି କରିଛି। ଯାହା ବିଭିନ୍ନ ଡ୍ୟାମ୍, ପାଇପ୍ଲାଇନ୍, ବନ୍ଦର ଆଦିର ସମସ୍ୟାକୁ ଦୂରକରିବା ସହ ଭାରତୀୟ ନୌସେନା ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି। ଏହି ଷ୍ଟାର୍ଟଅପ୍ ଏବେ ସୋନିଟିଭିର ବହୁ ଚର୍ଚ୍ଚିତ ସୋ’ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜନ୍-୩’ରେ ପ୍ରସାରିତ ହୋଇଛି। ବୁଧବାର ରାତିରେ ଏହି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତାଙ୍କ ଏପିସୋଡ୍ ପ୍ରସାରିତ ହୋଇଛି। ଏହି ଷ୍ଟାର୍ଟଅପ୍କୁ କମ୍ପାନିର ୧ ପ୍ରତିଶତ ଅଂଶ ବଦଳରେ ୮୦ ଲକ୍ଷ ଟଙ୍କାର ନିବେଶ ମିଳିଛି। ‘ଓୟୋ’ ହୋଟେଲ୍ର ସତ୍ତ୍ବାଧିକାରୀ ରିତେଶ ଅଗ୍ରୱାଲ ସବୁ ସର୍ତ୍ତକୁ ମାନିନେଇ ଏହି କମ୍ପାନି ସହ ଯୋଡ଼ି ହୋଇଛନ୍ତି। ଏହି ଏପିସୋଡ୍ ଆଜି ପ୍ରସାରିତ ହେବାପରେ ଷ୍ଟାର୍ଟଅପ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post