ମହାକାଶ ମିଶନ ଇତିହାସରେ ଏହା ପ୍ରଥମ ଥର କୌଣସି ଦେଶ ନିଜର ମହାକାଶଯାନକୁ ଚନ୍ଦ୍ରର ସାଉଥ ପୋଲରେ ସଫଳତାର ସହ ଅବତରଣ କରିପାରିଛି। ତେବେ ଚନ୍ଦ୍ରଯାନ-୩ ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏହାର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏହା ଜାପାନର ସ୍ପେସ୍ ଏଜେନ୍ସି ସହିତ ମଧ୍ୟ ଅଂଶୀଦାର ହୋଇଛି । ତେବେ ଏହି ଚତୁର୍ଥ ମୁନ ମିଶନ ଚନ୍ଦ୍ରଯାନ-୩ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ।ଚନ୍ଦ୍ରଯାନ-୩ ଏପରି ଭାବରେ ଡିଜାଇନ୍ କରାଯାଇ ନଥିଲା ଯେ ଏହା ପୃଥିବୀକୁ ଫେରିପାରିବ । ତେବେ ଚନ୍ଦ୍ରଯାନ-୩ ର ରୋଭର ଏବଂ ବିକ୍ରମ ଲ୍ୟାଣ୍ଡର୍ ୧୪ ଦିନ ପାଇଁ ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ପ୍ରଦାନ କରିଥିଲେ। ତେବେ ଏହା ପରେ ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯିବ । ତେବେ ଚନ୍ଦ୍ରଯାନ-୪ ସେଠାରୁ ତଥ୍ୟ ସଂଗ୍ରହ କରିବା ସହ ଚନ୍ଦ୍ରର ସାମ୍ପଲ ନେଇ ପୃଥିବୀକୁ ଫେରିବ।ତେବେ ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହାର ପ୍ରସ୍ତୁତି ଶେଷ ହେବ ବୋଲି ଇସ୍ରୋର ନିର୍ଦ୍ଦେଶକ କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ । ପୂର୍ବ ସମସ୍ତ ମିଶନ ଅପେକ୍ଷା ଚନ୍ଦ୍ରଯାନ-୪ ବେଶ କଷ୍ଟସାଧ୍ୟ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୩ ରୋଭରର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଚନ୍ଦ୍ରଯାନ-୪ ରେ ଏହାର ଓଜନ ୩୫୦ କିଲୋଗ୍ରାମକୁ ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ନିର୍ଦ୍ଦେଶକ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post