ମହାକାଶ ମିଶନ ଇତିହାସରେ ଏହା ପ୍ରଥମ ଥର କୌଣସି ଦେଶ ନିଜର ମହାକାଶଯାନକୁ ଚନ୍ଦ୍ରର ସାଉଥ ପୋଲରେ ସଫଳତାର ସହ ଅବତରଣ କରିପାରିଛି। ତେବେ ଚନ୍ଦ୍ରଯାନ-୩ ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏହାର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏହା ଜାପାନର ସ୍ପେସ୍ ଏଜେନ୍ସି ସହିତ ମଧ୍ୟ ଅଂଶୀଦାର ହୋଇଛି । ତେବେ ଏହି ଚତୁର୍ଥ ମୁନ ମିଶନ ଚନ୍ଦ୍ରଯାନ-୩ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ।ଚନ୍ଦ୍ରଯାନ-୩ ଏପରି ଭାବରେ ଡିଜାଇନ୍ କରାଯାଇ ନଥିଲା ଯେ ଏହା ପୃଥିବୀକୁ ଫେରିପାରିବ । ତେବେ ଚନ୍ଦ୍ରଯାନ-୩ ର ରୋଭର ଏବଂ ବିକ୍ରମ ଲ୍ୟାଣ୍ଡର୍ ୧୪ ଦିନ ପାଇଁ ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ତଥ୍ୟ ପ୍ରଦାନ କରିଥିଲେ। ତେବେ ଏହା ପରେ ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯିବ । ତେବେ ଚନ୍ଦ୍ରଯାନ-୪ ସେଠାରୁ ତଥ୍ୟ ସଂଗ୍ରହ କରିବା ସହ ଚନ୍ଦ୍ରର ସାମ୍ପଲ ନେଇ ପୃଥିବୀକୁ ଫେରିବ।ତେବେ ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହାର ପ୍ରସ୍ତୁତି ଶେଷ ହେବ ବୋଲି ଇସ୍ରୋର ନିର୍ଦ୍ଦେଶକ କହିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ । ପୂର୍ବ ସମସ୍ତ ମିଶନ ଅପେକ୍ଷା ଚନ୍ଦ୍ରଯାନ-୪ ବେଶ କଷ୍ଟସାଧ୍ୟ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୩ ରୋଭରର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଚନ୍ଦ୍ରଯାନ-୪ ରେ ଏହାର ଓଜନ ୩୫୦ କିଲୋଗ୍ରାମକୁ ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ନିର୍ଦ୍ଦେଶକ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post