ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଆପ୍ ଭାରତର ଲୋକମାନେ ବହୁତ ଅଧିକ ବ୍ୟବହାର କରୁଛନ୍ତି । ଏହି ଆପ୍ ଗୁଡିକ୍ ହେଉଛି ଦେଶର ପ୍ରମୁଖ UPI ଆପ୍। ଏହି ଆପ୍ସ ମାଧ୍ୟମରେ ଲୋକମାନେ ଘର ଭଡା, ବିଲ୍ ପେମେଣ୍ଟ, ଗ୍ୟାସ୍, ଫ୍ଲାଇଟ୍, ବୀମା, ମୋବାଇଲ୍ ରିଚାର୍ଜ ଭଳି ଅନେକ ପ୍ରକାରର ପେମେଣ୍ଟ କରନ୍ତି। କିନ୍ତୁ ବର୍ତ୍ତମାନ UPI ଆପ୍ ପେଟିଏମ୍ ଏବଂ ଗୁଗୁଲ୍ ପେ ସହିତ ଜଡିତ ଏକ ଅପଡେଟ୍ ସାମ୍ନାକୁ ଆସିଛି। ଏବେ ଯଦି ଆପଣ ଏହି ଆପ୍ ମାଧ୍ୟମରେ ଆପଣଙ୍କର ମୋବାଇଲ୍ ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ପ୍ଲାଟଫର୍ମ ଫି ଦେବାକୁ ପଡିବ। ଅର୍ଥାତ୍ ମୋବାଇଲ୍ ରିଚାର୍ଜ ରାଶି ବ୍ୟତୀତ ଆପଣଙ୍କୁ ଆଉ କିଛି ଟଙ୍କା ଏକ୍ସଟ୍ରା ଦେବାକୁ ପଡିବ।ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ପେଟିଏମରୁ ରିଚାର୍ଜ କରିବା ସମୟରେ ଚାର୍ଜ କରାଯାଉଥିବା ପ୍ଲାଟଫର୍ମ ଫିର ସ୍କ୍ରିନସଟ ସେୟାର କରିଛନ୍ତି। ଯେତେବେଳେ ବ୍ୟକ୍ତିଗତ ଭାବେ ତଦନ୍ତ କରାଗଲା, କମ୍ପାନୀ ରିଚାର୍ଜ ପ୍ୟାକ୍ ଅନୁସାରେ ବିଭିନ୍ନ ପ୍ଲାଟଫର୍ମ ଚାର୍ଜ କରୁଛି। ଦେୟ ଉପରେ ନିର୍ଭର କରି ଏହି ଚାର୍ଜ ୧ ରୁ ୫ ଟଙ୍କା ଏବଂ ୬ ଟଙ୍କା ମଧ୍ୟରେ ରହିଛି। ଯଦି ଆପଣ ଏକ ବର୍ଷ ପାଇଁ ଏୟାରଟେଲରେ ୨,୯୯୯ ଟଙ୍କା ରିଚାର୍ଜ କରନ୍ତି, ତେବେ କମ୍ପାନୀ ଆପଣଙ୍କୁ ୫ ଟଙ୍କା ପ୍ଲାଟଫର୍ମ ଫି ଆଦାୟ କରିବ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post