ଅନ୍ତରୀକ୍ଷରେ ଶକ୍ତିଶାଳୀ ଟେଲିସ୍କୋପ୍
ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ବହୁଚର୍ଚ୍ଚିତ ଜେମସ୍ ୱେବ୍ ସ୍ପେସ୍ ଟେଲିସ୍କୋପ୍କୁ ଶନିବାର ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଫ୍ରେଞ୍ଚ ଗୁୟାନାସ୍ଥିତ ଲଞ୍ଚିଂ ବେସରୁ ସଫଳତାର ସହ ମହାକାଶକୁ ପଠାଇିଛି ।
ଏହା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫.୫୦ଟାରେ ଉତକ୍ଷେପଣ ହୋଇଥିଲା । ଏହା ପୃଥିବୀ ଠାରୁ ୧୫ଲକ୍ଷ କିମି ଦୂରରେ ଅନ୍ତରୀକ୍ଷରେ ସ୍ଥାପିତ କରାଯିବ । ୬ମାସ ପରେ ଏହା ପ୍ରଥମ ଫଟୋ ପଠାଇବ । ଯଦି କୌଣସି ଉଲ୍କାପିଣ୍ଡ ବା ଝଡ ଏହାକୁ କ୍ଷତି ନପହଞ୍ଚାଏ ତାହେଲେ ଏହା ୫-୧୦ବର୍ଷ ଯାଏ କାମ କରିବ । ଏହି ଟେଲସ୍କୋପ୍ ଉପରେ ବିଶ୍ୱର ୪୦ଟି ଦେଶ ଏହା ଉପରେ ନଜର ରଖିବ ।
ଜେମ୍ସ ୱେବ ଟେଲିସ୍କୋପକୁ ନାସା ୟୁରୋପିୟାନ ସ୍ପେସ୍ ଏଜେନ୍ସି ଓ କାନାଡିଆନ୍ ସ୍ପେସ୍ ଏଜେନ୍ସି ପ୍ରସ୍ତୁତ କରିଛି । ଏହାକୁ ଅନ୍ତରୀକ୍ଷରରେ ମାନବ ଦ୍ୱାରା ନିର୍ମିତ ଆଖି ବୋଲି କୁହାଯାଉଛି । ଏହାର ନିର୍ମାଣରେ ୭୫ହଜାର କୋଟି ଟଙ୍କା ହୋଇଥିବା ବେଳେ ଏହାକୁ ବିଶ୍ୱର ଶକ୍ତିଶାଳୀ ଟେଲିସ୍କୋପ୍ କୁହାଯାଉଛି ।
ଏହାର କ୍ଷମତା ଏତେ ଅଧୀକ ଯେ ପଋଥିବୀରେ ଉଡୁଥିବା ଚଢେଇକୁ ବି ଦେଖିପାରେ । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହ ଜେମସ୍ ୱେବ ଟେଲିସ୍କୋପ୍ ଏଲିୟନ ମାନଙ୍କର ଉପସ୍ଥିତି ସଂର୍ପକରେ ବିଯାଞ୍ଚ କରିବା । ସେଥିରେ ଲାଗିଥିବା ମିରରର ବ୍ୟାସ ୨୧.୩୨ ଫୁଟ ତା ଉପରେ ୪୮.୨ଗ୍ରାମ ସୁନାର ପରସ୍ତ ଚଢା ଯାଇିଛି । ଯେପରିକି ଏହା ଥଣ୍ଡା ରହିବ । କ୍ୟାମେରା ଗୁଡିକୁ ସୂର୍ଯ୍ୟ ତାପରୁ ରକ୍ଷା କରିବା ଲାଗି ସେଥିରେ ୫ଟି ଲେୟାରଯୁକ୍ତ ସନସିଲ୍ଡ ଲଗାଯାଇିଛି । ୧୯୯୦ ମସିହାରେ ଏପ୍ରିଲ ମାସରେ ନାସା ନିଜର ପ୍ରଥମ ଟେଲିସ୍କୋପ ହବଲକୁ ମହାକାଶରେ ସ୍ଥାପିତ କରିଥିଲା । ଏବେ ଜେମ୍ସ ୱେବ ଟେଲିସ୍କୋପ ତାର ଜାଗା ନେବ ।