ବଜାରରେ ଲଞ୍ଚ ହେଲା Xiaomi 17 Ultra , ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଉପଲବ୍ଧ
Xiaomi ବର୍ତ୍ତମାନ ଏକ ଦମଦାର ଫୋନ୍ ଲଞ୍ଚ କରିଛି । Xiaomi 17 ସିରିଜର Ultra ଫୋନ୍ 200MP ପେରିସ୍କୋପ କ୍ୟାମେରା,6800mAh ବ୍ୟାଟେରୀ ସମେତ ଅନେକ ଫିଚର୍ସ ସହିତ ଲଞ୍ଚ କରିଛି । ଚୀନ କମ୍ପାନୀର ଏହି ଫୋନ୍ Oneplus 15,iQoo 15 ଭଳି ଫୋନକୁ ଟକ୍କର ଦେବ । ଏହା କମ୍ପାନୀର Xiaomi 15 Ultra ର ଅପଗ୍ରେଡ୍ ରହିଛି । ଯେଉଁଥିରେ କ୍ୟାମେରାଠାରୁ ଆରମ୍ଭ କରି ପ୍ରୋସେସର ଏବଂ ବ୍ୟାଟେରୀ ପର୍ଯ୍ୟନ୍ତ ବଡ଼ ଅପଗ୍ରେଡ ଦେଖିବାକୁ ମିଳିବ । ବର୍ତ୍ତମାନ ଏହି ଫୋନ୍ ଚୀନର ମାର୍କେଟରେ ଉପଲବ୍ଧ ହୋଇଛି । ଆଗାମୀ ବର୍ଷର ଆରମ୍ଭରେ ଏହି ଫୋନ୍ ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଉପଲବ୍ଧ ହେବ ।
ଫିଚର୍ସ :
Xiaomiର ଏହି ଅଲଟ୍ରା ଫୋନ୍ 6.9 ଇଞ୍ଚର LTPO AMOLED ଡିସପ୍ଲ ରହିଛି । ଫୋନର ଡିସପ୍ଲେର ରେଜଲୁଶନ୍ 1.5K ପିକ୍ସଲ ରହିଛି ଏବଂ 120HZ ରିଫ୍ରେସ୍ ରେଟର ସପୋର୍ଟ ରହିଛି । ଏହି ଫୋନର ପିକ୍ ବ୍ରାଇଟନେସ୍ 1060ନିଟସ୍ ପର୍ଯ୍ୟନ୍ତ ରହିଛି । କମ୍ପାନୀ ଏଥିରେ Shield Glass ୩ଟିର ବ୍ୟବହାର କରିଛି । ଏହି ଫୋନର Qualcomm Snapdragon 8 Elite Gen 5 ପ୍ରୋସେସର ଦ୍ବାରା କାମ କରୁଛି । ଯାହା ସହିତ 16 GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିଛି ।
Xiaomi 17 Ultra ଲାଟେଷ୍ଟ Android ଉପ;ରେ ବେସ୍ଡ କରୁଥିବା HyperOS 3ରେ କାମ କରୁଛି । ଏଥିରେ 51 ରୁ ଅଧିକ 4G/5G ବ୍ୟାଣ୍ଡର ସପୋର୍ଟ ମିଳୁଛି । ଏହି ଫୋନ ଡୁଆଲ୍ 5G ସିମ କାର୍ଡ ସହିତ ଉପଲବ୍ଧ ହେଉଛି । ଏହାର ପଛପଟେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ 1 ଇଞ୍ଚ ସେନ୍ସର ସହିତ 50MP ମୁଖ୍ୟ କ୍ୟାମେରା ସାମିଲ ରହିଛି । ଫୋନରେ ତୃତୀୟ 50MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ମଧ୍ୟ ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ 50MP OmniVision ସେନ୍ସର ରହିଛି ।
ଏହି Xiaomi ଫୋନ୍ଟି ଏକ ପାୱାରଫୁଲ 6,800mAh ବ୍ୟାଟେରୀ ସହିତ ଆସିଛି । ଏହା 90W ୱାୟାର୍ଡ ଏବଂ 50W ୱାୟାର୍ଡଲେସ୍ ଚାର୍ଜିଂକୁ ସପୋର୍ଟ କରିଛି । ଏହି ଫୋନର କନେକ୍ଟିଭିଟି ପାଇଁ WiFi 7, Bluetooth 5.4, ଏବଂ NFC ଭଳି ଫିଚର୍ସର ସୁବିଧା ରହିଛି ।
ଏହି ଫୋନ୍ ଚୀନର ମାର୍କେଟରେ ପ୍ରାୟ ୮୯ ହଜାର ୫୦୦ ଟଙ୍କାରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ iPhone 17 ଅପେକ୍ଷା ଅଧିକ ରହିଛି । ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ CNY 7,499 (ପ୍ରାୟ ₹95,800) ଏବଂ CNY 8,499 (₹1,08,600) ରହିଛି। ଏହା ଡିସେମ୍ବର 27 ତାରିଖରୁ ବିକ୍ରୟ ପାଇଁ ଉପଲବ୍ଧ ହେବ।