ଆସନ୍ତୁ ଜାଣିବା Flight Mode ର କିଛି ଖାସ୍ ଲାଭ ବିଷୟରେ

ଅଧିକାଂଶ ଲୋକ Flight Mode କୁ କେବଳ ଫ୍ଲାଇଟରେ ଯାତ୍ରା କରିବା ସମୟରେ ବ୍ୟବହାର କରନ୍ତି, କିନ୍ତୁ ବାସ୍ତବରେ, ଏହି ଫିଚର୍ସ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ । ସ୍ମାର୍ଟଫୋନରେ ଥିବା ଏହି ଛୋଟ ଅପ୍ସନଟି ବ୍ୟାଟେରୀ ଲାଇଫ୍, ଫୋକସ୍ ଏବଂ ପ୍ରାଇଭେସୀକୁ ମଧ୍ୟ ଉନ୍ନତ କରିପାରିବ । ତେବେ ଆସନ୍ତୁ ଜାଣିବା Flight Mode ର କିଛି ଖାସ୍ ଲାଭ ବିଷୟରେ ଯାହା ବହୁତ କମ୍ ଲୋକ ଜାଣନ୍ତି ।

ଲଙ୍ଗ ବ୍ୟାଟେରୀ ଲାଇଫ୍:

ଆପଣଙ୍କ ଫୋନର ନେଟୱାର୍କ, ମୋବାଇଲ୍ ଡାଟା, ୱାଇ-ଫାଇ ଏବଂ ବ୍ଲୁଟୁଥ୍ ବନ୍ଦ କରିବା ଦ୍ୱାରା ଆପଣଙ୍କ ବ୍ୟାଟେରୀ ଉପରେ ପ୍ରେସର କମ୍ ପଡ଼ିଥାଏ । ଏଥିସହ Flight Mode ଚାଲୁ କରିବା ଦ୍ୱାରା ଫୋନର ପାୱାର ବ୍ୟବହାର ହ୍ରାସ ପାଏ, ଯାହା ଫଳରେ ବ୍ୟାଟେରୀ ଲାଇଫ୍ ଅଧିକ ହୋଇଥାଏ । ବିଶେଷକରି ଯେତେବେଳେ ଫୋନରେ ଚାର୍ଜିଂ ଅପ୍ସନ ପାଖରେ ନଥାଏ ।

ଫାଷ୍ଟ ଚାର୍ଜ:

ଯଦି ଆପଣ ଆପଣଙ୍କ ଫୋନକୁ ଚାର୍ଜ କରିବା ସମୟରେ Flight Mode ଅନ୍ କରନ୍ତି, ତେବେ ଏହା ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ନେଟୱାର୍କ ଆକ୍ଟିଭିଟିକୁ ବନ୍ଦ କରିଦିଏ । ଏହା ଫଳରେ ଶୀଘ୍ର ଚାର୍ଜ ହୁଏ ଏବଂ କମ ସମୟରେ ଅଧିକ ବ୍ୟାଟେରୀ ଚାର୍ଜ ହୁଏ । ଯାହାକୁ ଆପଣ ଦିନସାରା ଉପଭୋଗ କରିପାରିବେ ।

ଫୋକସ୍:

ଆପଣମାନେ ଜାଣିରଖନ୍ତୁ ଯେ, ଯଦି ଆପଣ ବାରମ୍ବାର କଲ୍, ମେସେଜ୍ ଏବଂ ନୋଟିଫିକେସନ୍ ଆସିବାରୁ ବିରକ୍ତି ହେଉଛନ୍ତି, ତେବେ Flight Mode ଅନ୍ କରିପାରିବେ । କାରଣ ଏୟାରପ୍ଲେନ୍ ମୋଡ୍ ଚାଲୁ କରିବା ଦ୍ୱାରା ସମସ୍ତ ଟେନସନ୍ ଦୂର ହେବା ସହ ଆପଣଙ୍କ ପାଠପଢ଼ା, ଅଫିସ୍ କାମ କିମ୍ବା ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବା ସହଜ ହେବ ।

ପିଲାମାନଙ୍କ ପାଇଁ ଫୋନର ସୁରକ୍ଷିତ ବ୍ୟବହାର:

ଯଦି ଆପଣ ଆପଣଙ୍କ ପିଲାଙ୍କୁ ଖେଳ ଖେଳିବା କିମ୍ବା ଭିଡିଓ ଦେଖିବା ପାଇଁ ଫୋନ୍ ଦିଅନ୍ତି, ତେବେ Flight Mode ବହୁତ ଉପଯୋଗୀ । ଆପଣ ପିଲାଙ୍କୁ Flight Mode ଅନ୍ କରି ଫୋନ୍ ଦିଅନ୍ତୁ । କାରଣ ଭୁଲରେ କାହା ପାଖକୁ କଲ୍ ଯାଇପାରିବ ନାହିଁ କିମ୍ବା କିଛି ମ୍ୟାସେଜ ମଧ୍ୟ ଜାଇପାରିବ ନାହିଁ ।

ପ୍ରାଇଭେସୀ ଏବଂ ଡାଟା ସେଫ୍ଟି:

ପବ୍ଲିକ୍ ସ୍ଥାନଗୁଡ଼ିକରେ ପ୍ରାୟତଃ ଡାଟା ଚୋରି କିମ୍ବା ଟ୍ରାକିଂର ବିପଦ ସୃଷ୍ଟି କରେ । Flight Mode ଅନ୍ କରିବା ଦ୍ୱାରା ଆପଣଙ୍କ ଫୋନ୍ ସମସ୍ତ ନେଟୱାର୍କରୁ ବିଚ୍ଛିନ୍ନ ହୋଇଯାଏ, ଯାହା ଆପଣଙ୍କ ଲୋକେସନ୍ ଏବଂ ଡାଟାକୁ ଅଧିକ ସୁରକ୍ଷିତ ରଖେ । ଏଥିସହ ଯଦି ଆପଣଙ୍କୁ କେହି ଟ୍ରାକ୍ ମଧ୍ୟ କରୁଥିବେ, ତାଙ୍କୁ କିଛି ଜଣାପଡ଼ିବ ନାହିଁ । ଯାହା ଦ୍ବାରା ଆପଣ ବହୁତ ସୁରକ୍ଷିତ ରହିପାରିବେ ।

Leave a comment