Republic Day Offer ଦେଉଛି BSNL ,ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା, ଜାଣନ୍ତୁ ତାହା କଣ

BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର ।  Republic Day Offer ଦେଉଛି BSNL । ଯେଉଁଥିରେ ୟୁଜର୍ସମାନେ ପାଇବେ ଅନେକ ସୁବିଧା । ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ଏହାର ୟୁଜର୍ସମାନଙ୍କ ପାଇଁ ୨,୬୨୬ ଟଙ୍କାର ଏକ ପ୍ଲାନ୍ ଲଞ୍ଚ କରିଛି, ଯାହା ଅନେକ ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନ୍ ପ୍ରତିଦିନ ୨.୬GB ଡାଟା, SMS ଏବଂ କଲିଂ ସୁବିଧା ପ୍ରଦାନ କରେ । ଏହି ପ୍ଲାନର ନାମ ହେଉଛି Bharat Connect 26 mobile ପ୍ରିପେଡ୍ ପ୍ଲାନ୍ । ଏଥିସହ ଏହା ଖାସ୍ ଭାବରେ ୭୭ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଲଞ୍ଚ କରାଯାଇଛି । BSNL ଏହି ପ୍ଲାନ୍ କୁ ଗଣତନ୍ତ୍ର ଦିବସ ଅଫର ଭାବରେ ଲଞ୍ଚ କରିଛି, ଯାହା ୩୬୫ ଦିନ କିମ୍ବା ଗୋଟିଏ ବର୍ଷ ପାଇଁ ପ୍ରିପେଡ୍ ସୁବିଧା ପ୍ରଦାନ କରୁଛି । ତେବେ ଆସନ୍ତୁ ଜାଣିବା ଏହି ପ୍ଲାନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଏହି ଆନୁଆଲ୍ ପ୍ଲାନର ମୂଲ୍ୟ କେବଳ ୨୬୨୬ ଟଙ୍କା ଅର୍ଥାତ୍ ଏହାର ମୂଲ୍ୟ ପ୍ରତିଦିନ ୭.୧୯ ଟଙ୍କା ହେବ । ଏହାର ଅର୍ଥ ହେଉଛି ଆପଣ ଏହି ପ୍ଲାନରେ ପ୍ରତିଦିନ ୭.୨୫ ଟଙ୍କାରୁ କମ୍ ଖର୍ଚ୍ଚ କରିବେ । ୨୬୨୬ ଟଙ୍କାର ଏହି ପ୍ଲାନରେ ଆପଣଙ୍କୁ ଦୈନିକ ୨.୬ ଜିବି ଡାଟା ମିଳିବ, ଅର୍ଥାତ୍ ଏହି ଯୋଜନାରେ ଆପଣଙ୍କୁ ଗୋଟିଏ ବର୍ଷରେ ୯୪୯ ଜିବି ଡାଟା ମିଳିବ । ଦୈନିକ ୨.୬ GB ଡାଟା ଲିମିଟ୍ ଶେଷ ହେବା ପରେ, ଆପଣ 40 Kbps ସ୍ପିଡରେ ଡାଟା ପାଇପାରିବେ ।

ଭାରତ କନେକ୍ଟ ୨୬୨୬ ପ୍ଲାନରେ, ଆପଣଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ମିଳିବ, ଅର୍ଥାତ୍, ଆପଣ ଯେତେ ଇଚ୍ଛା କଥା ହୋଇପାରିବେ । ଏହି ପ୍ଲାନରେ, ଆପଣଙ୍କୁ ଦୈନିକ ୧୦୦ ଟି SMS ମିଳିବ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଆଡିସ୍ନାଲ୍ ଚାର୍ଜ ଦେବାକୁ ପଡିବ ନାହିଁ । ଏହି ପ୍ଲାନର ଭାଲିଡିଟି ୩୬୫ ଦିନ ଅର୍ଥାତ୍ ଗୋଟିଏ ବର୍ଷ ପାଇଁ ଏବଂ ଏହା ଏକ ଆନୁଆଲ୍ ପ୍ଲାନ୍ ।

ଏହି ପ୍ଲାନ୍ ୨୪ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇଛି ଏବଂ ୨୪ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ, ଅର୍ଥାତ୍ ଯଦି ଆପଣ ଏହି ପ୍ଲାନ୍ ନେବାକୁ ଚାହୁଁଛନ୍ତି ତେବେ BSNL ଆପଣଙ୍କୁ ଗୋଟିଏ ମାସର ସମୟ ଦେଇଛି ।

BSNL ବର୍ତ୍ତମାନ ଦୁଇଟି ପ୍ରିପେଡ୍ ଆନୁଆଲ୍ ପ୍ଲାନ ପ୍ରଦାନ କରୁଛି । ତେବେ ଏହି ନୂଆ ୨୬୨୬ ପ୍ଲାନକୁ ମିଶାଇ BSNL ଏବେ ୩୬୫ ଦିନର ଭାଲିଡିଟିର ମୋଟ୍ ୩ ଟି ପ୍ଲାନ୍ ପ୍ରଦାନ କରିବ । ଏଥିସହ BSNL ର ଆଉ ଦୁଇଟି ଆନୁଆଲ୍ ପ୍ଲାନ ବିଷୟରେ ଜାଣନ୍ତୁ ଯାହା ୩୬୫ ଦିନର ଭାଲିଡିଟି ପ୍ରଦାନ କରେ ଏବଂ ଡାଟା, କଲିଂ ଏବଂ ମେସେଜିଂ ସୁବିଧା ପ୍ରଦାନ କରେ ।

BSNL ର ୨୩୯୯ ଟଙ୍କାର ପ୍ଲାନ୍:
ଏହି ପ୍ଲାନର ଭାଲିଡିଟି ୩୬୫ ଦିନ ଏବଂ ଏଥିରେ ପ୍ରତିଦିନ ୨.୫GB ଡାଟା, ଅନଲିମିଟେଡ୍ କଲିଂ ସୁବିଧା ଏବଂ ପ୍ରତିଦିନ ୧୦୦ SMS ପ୍ରଦାନ କରାଯାଏ । ଏଥିସହ ଦୈନିକ ୨.୫GB ଡାଟା ଲିମିଟ୍ ସରିବା ପରେ, ଡାଟା ୪୦ Kbps ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

BSNL ର ୨୭୯୯ ଟଙ୍କାର ପ୍ଲାନ୍:
ଏହି ପ୍ଲାନର ଭାଲିଡିଟି ମଧ୍ୟ 365 ଦିନ ଏବଂ ଏଥିରେ ପ୍ରତିଦିନ ୩GB ଡାଟା, ଅନଲିମିଟେଡ୍ କଲିଂ ସୁବିଧା ଏବଂ ପ୍ରତିଦିନ ୧୦୦ SMS ମେସେଜ୍ ପ୍ରଦାନ କରାଯାଏ । ଦୈନିକ ୩GB ଡାଟା ଲିମିଟ୍ ସରିବା ପରେ, ଡାଟା ୪୦ Kbps ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିସହ ଯଦି ଆପଣ BSNL ୟୁଜର୍ସ ହୋଇଥାନ୍ତି, ତେବେ ନିଶ୍ଚିତ ଭାବରେ ଏହାର ଲାଭ ଉଠାଇପାରିବେ ।

Leave a comment