୨୩ ଜାନୁଆରୀରେ ଭାରତରେ ଲଞ୍ଚ ହେବାକୁ ଯାଉଛି Motrola Signature, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ
Motrola Signature ଏହି ମାସ ଆରମ୍ଭରେ କନ୍ଜ୍ୟୁମର ଇଲୋକ୍ଟ୍ରୋନିକ୍ ଶୋରେ ଉନ୍ମୋଚନ କରାଯାଇଛି । ଯାହା କମ୍ପାନୀର ନୂଆ ଲାଇନଅପର ପ୍ରଥମ ଫୋନ୍ । ଏହାରି ମଧ୍ୟରେ ଏକ ଇ-କମର୍ସ ପ୍ଲାଟଫର୍ମରେ ଏହି ହ୍ୟାଣ୍ଡସେଟ୍ ପାଇଁ ଡେଡିକେଟେଡ ମାଇକ୍ରୋସାଇଟ ଲାଇଭ କରାଯାଇଛି । ଯାହା ଦେଶରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ କନଫର୍ମ କରିଛି । ବର୍ତ୍ତମାନ ମୋଟ୍ରୋଲା ସିଗ୍ନେଚରର ଲଞ୍ଚ ଡେଟ୍ ଏବଂ ମୂଲ୍ୟ ସମ୍ପର୍କରେ କିଛି ଲିକ୍ ଅନଲାଇନରେ ପ୍ରକାଶ ପାଇଛି । କମ୍ପାନୀ ଏହା ସୂଚାଇ ଦେଇଛି ଯେ ଏହି ମାସ ଶେଷ ସୁଦ୍ଧା ଏହା ଭାରତରେ ପହଞ୍ଚିପାରେ । ଭାରତରେ ଏହାର ଦୁଇଟି କଲର୍ ଉପଲବ୍ଧ ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଏଥିରେ ରେକ୍ଟାଙ୍ଗୁଲାର୍ ସାଇଜର ଟ୍ରିପଲ୍ କ୍ୟାମେରା ସେଟଅପ୍ ଦେଖିବାକୁ ମିଳୁଛି ।
Xର ଏକ ପୋଷ୍ଟରେ Motrola Signatureର ବିବରଣୀ ଲିକ୍ ହୋଇଛି । ଯାହା ୨୩ ଜାନୁଆରୀରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏଥିରେ 16GB RAM ଏବଂ 1TB ଇଣ୍ଟରନାଲ ଷ୍ଟୋରେଜ ଆସିବ । ଯାହା ୮୪,୯୯୯ ଟଙ୍କାରେ ଉପଲବ୍ଧ ହେବ ।
ଫିଚର୍ସ :
ଭାରତରେ Motorola Signature ପାଇଁ ଫ୍ଲିପକାର୍ଟରେ ଡେଡିକେଟେଡ୍ ମାଇକ୍ରୋସାଇଟ୍ ଲଞ୍ଚ ହେବାର କିଛି ସମୟ ପରେ ଏହି ଘୋଷଣା କରାଯାଇଛି । ଯାହା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧତାକୁ ନିଶ୍ଚିତ କରିଛି । ଏହା ୨ଟି କଲରରେ ଉପଲବ୍ଧ ହେବ । Martini Olive ଏବଂ Carbonର ୨ଟି କଲର୍ ଅପସନ୍ ରହିଛି । ଏଥିରେ 3.5x ଅପ୍ଟିକାଲ୍ ଜୁମ୍ ସହିତ ଏକ ଟ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିବ। ହ୍ୟାଣ୍ଡସେଟ୍ ପଛରେ 50-ମେଗାପିକ୍ସେଲ ସହିତ Sony LYT-828 କ୍ୟାମେରା ରହିବ । ଏହାର ଫ୍ରଣ୍ଟ୍ ସେଲଫି କ୍ୟାମେରା ପାଇଁ ଫ୍ରଣ୍ଟରେ ଗୋଟିଏ ହୋଲ୍-ପଞ୍ଚ୍ ଡିସପ୍ଲେ କଟଆଉଟ୍ ମଧ୍ୟ ରହିବ । ଭାରତରେ Motorola Signature ଏକ ଆଲୁମିନିୟମ୍ ଫ୍ରେମ୍ ସହିତ ଆସିବ । ଯାହାର ମୋଟେଇ 6.99 mm ଥିଲାବେଳେ ଓଜନ ପ୍ରାୟ 186 ଗ୍ରାମ ହେବ । ଚିପସେଟ୍ ଏବଂ ବ୍ୟାଟେରୀ କାପାସିଟି ସମେତ ଅଧିକ ଡିଟେଲ୍ସ ଆଗାମୀ ଦିନରେ ପ୍ରକାଶିତ ହେବ ବୋଲି ଆଶା କରାଯାଉଛି।
ଆପଣଙ୍କୁ ଜଣାଇ ରଖୁଛୁ ଯେ, Motorola Signature ଜାନୁଆରୀ ୭ ତାରିଖରେ କିଛି ମାର୍କେଟରେ 12GB RAM + 512GB ଷ୍ଟୋରେଜ୍ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୮୯୯.୯୯ ୟୁରୋ ପ୍ରାୟ ୮୨,୦୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା । ଏହି ଫୋନ୍ Android 16 ଉପରେ ଆଧାରିତ Halo UI ରେ ଚାଲିଥାଏ । ଏଥିରେ 6.8-ଇଞ୍ଚ ସୁପର HD LTPO AMOLED ଡିସପ୍ଲେ ରହିଛି ଯାହାର ରିଫ୍ରେସ୍ ହାର 165Hz, 450 ppi ପିକ୍ସେଲ ଡେସିଟି ଏବଂ 6200 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସହିତ ଆସୁଛି । ଏଥିରେ 5200mAhର ସିଲିକନ୍ କାର୍ବନ ବ୍ୟାଟେରୀ ରହିଛି । ଯାହା 90W ୱାର୍ଡ ଏବଂ 50W ୱେୟାର୍ ଲେସ୍ ଫାଷ୍ଟିଂ ଚାର୍ଜିଂ ସପୋର୍ଟ ରଖିଛି ।