ଆଇଟି ହବ୍ ହେବ ରାଉରକେଲା

ଆଇଟି ହବ୍ ହେବ ରାଉରକେଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯିବ ୨୫୦ କୋଟି ଟଙ୍କା । ରାଉରକେଲା ସହରର ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହେଵ ୧୧ ମହଲାର ଆଇଟି ଟାଓ୍ବାର । ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିବା ସହ ଇଡକୋ ଜରିଆରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଓଡ଼ିଶାର ଉଚ୍ଚ ଶିକ୍ଷିତ ଟେକ୍ନିକାଲ ଛାତ୍ରଛାତ୍ରୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଓ ଜିଲ୍ଲାବାସୀ ଆଇଟି ଟାୱାର ନିର୍ମାଣ ହେଵାପରେ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଷ୍ଠିତ କମ୍ପାନୀ ଜରିଆରେ ନିଯୁକ୍ତ ପାଇବେ ଛାତ୍ରଛାତ୍ରୀ । ପୂର୍ବରୁ ରାଜ୍ୟ ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ ମିଳିବ ସୁଯୋଗ। ଓଡିଶା କ୍ରୀଡା ହବ୍ ପରେ ଆଇଟି ହବ୍ ହେଵାକୁ ଯାଉଥିବାରୁ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।