ଆଜି ସ୍ପେଡେକ୍ସ ମିଶନ ଲଞ୍ଚ କରିବ ଇସ୍ରୋ

ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲ୍‌ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ କରିଛି। ମିଶନ ସଫଳ ହେଲେ ଭାରତକୁ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ୍ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ବପ୍ନ ସାକାର ଦିଗରେ ସହାୟକ ହେବ।