ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କଲେ ଜିମେଲ
ଗୁଗଲ ଜିମେଲ ପାଇଁ ଏକ ବଡ଼ ଏଆଇ ଅପଡେଟ୍ ଆଣିଛି । ଯାହାଦ୍ବାରା ଏବେ ଇମେଲ କେବଳ ପଢିବାରେ ସୀମିତ ରହିବ ନାହିଁ । କମ୍ପାନୀ ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କରିଛି । ଯାହା ଇମେଲକୁ ବୁଝି ନିଜେ ନିଜେ କାମ ଲିଷ୍ଟ କରିବ ଆଉ ଜବାବରେ ଡ୍ରାଫ୍ଟ ତିଆରି କରିବ । ଏହାର ଲକ୍ଷ୍ୟ ହେଉଛି ଜିମେଲକୁ ଏକ ଟାସ୍କ ମ୍ୟାନେଜମେଣ୍ଟ ୱାର୍କସ୍ପେସରେ ପରିବର୍ତ୍ତନ କରିବା । ଏଆଇ ଜରୁରୀ ଇମେଲକୁ ଅଲଗା କରିବା ସହିତ ଫଲୋ ଅପ୍ ଠାରୁ ଆରମ୍ଭ କରି ରିମାଇଣ୍ଡର ଯାଏଁ ସବୁକିଛି ସମ୍ଭାଳିବ । ତେବେ ଏହି ଫିଚର ଏବେ କେବଳ ଆମେରିକାରେ ସୀମିତ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି ।
Google AI ଇନବକ୍ସ ଫିଚରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜରଙ୍କ ଇମେଲ ପାର୍ଟନକୁ ବୁଝିବ ଏବଂ ଜରୁରୀ ମେସେଜ ଏବଂ କମ୍ ଜରୁରୀ ଇମେଲକୁ ଅଲଗା କରିବ । ଏହି ଇମେଲ ଭାଷା ଏବଂ ଗୁରୁତ୍ବ ହିସାବରେ ପଢି କାମ କରିବ । ଏହାପରେ ଆପଣାଛାଏଁ ଏକ ଟୁ-ଡୁ ଲିଷ୍ଟ ପ୍ରସ୍ତୁତ କରିବ । ଏଆଇ ଫଲୋ-ଅପ୍ ମେଲ୍ ପାଇଁ ଡ୍ରାଫ୍ଟ ରିପ୍ଲାଏ କରିବାକୁ ମଧ୍ୟ ପ୍ରସ୍ତୁତ । ଏହାଦ୍ବାରା ୟୁଜର୍ସ ପ୍ରତି ଇମେଲକୁ ନିଜେ ପଢି ବୁଝିବା ଆବଶ୍ୟକତା କମ୍ ହୋଇଯିବ ।
ଏଆଇ ଇନବକ୍ସ ଏଣେତେଣେ ଥିବା ଇମେଲ୍ସକୁ ଜରୁରୀ ବାହାର କରି ଗୋଟିଏ ସ୍ଥାନରେ ରଖିବ । ହସପିଟାଲ ସମ୍ବନ୍ଧୀୟ କିଛି ହେଉ କିମ୍ବା ବିଜନେସ ପାଟର୍ନର ସମ୍ବନ୍ଧୀୟ ଜିନିଷ ହେଉ । ସମସ୍ତ କାମ ଏଆଇ ନିଜେ କରିବ । ଏହି ସମୟରେ ରିମାଇଣ୍ଡର ମଧ୍ୟ ଦେବ । ଏହା ଭର୍ଚୁଆଲ ଆସିଷ୍ଟାଣ୍ଟ ଭଳି କାମ କରିବ ।
ତେବେ ଗୁଗଲର କହିବା ମୁତାବକ, ଏଆଇ ଇନବକ୍ସ ଭବିଷ୍ୟରେ କେବଳ ଇମେଲରେ ସୀମିତ ହେବ ନାହିଁ । ଏହା ଫୋନ କଲ କରିବା ସହିତ ପେମେଣ୍ଟ ଭଳି ଅନ୍ୟ କାମ ମଧ୍ୟ କରିବ ।