ଫ୍ଲିପକାର୍ଟର ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଆରମ୍ଭ

ଫ୍ଲିପକାର୍ଟର ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଆରମ୍ଭ ହୋଇଛି । ଜାନୁଆରୀ ୨ ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍ ଅନେକ ପ୍ରଡକ୍ଟ ଉପରେ ଦମଦାର ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍ ୫,୯୯୯ ଟଙ୍କାରୁ ଆରମ୍ଭ କରି ବହୁତ କମ୍ ମୂଲ୍ୟରେ କିଣାଯାଇପାରିବ । ଭାରତୀୟ ବ୍ରାଣ୍ଡଗୁଡ଼ିକ ଦ୍ୱାରା ଏହି ବର୍ଷ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ୍ ମୂଲ୍ୟରେ ଯଥେଷ୍ଟ ହ୍ରାସ ପାଇଛି ଏବଂ ଏହି ସ୍ମାର୍ଟଫୋନଗୁଡ଼ିକ ସେମାନଙ୍କର ଲଞ୍ଚ ମୂଲ୍ୟ ଅପେକ୍ଷା ହଜାର ହଜାର ଟଙ୍କା କମ୍ ମୂଲ୍ୟରେ ଉପଲବ୍ଧ ।

ଫ୍ଲିପକାର୍ଟ ସେଲ୍ ଅଫର:

ନିକଟରେ ଲଞ୍ଚ ହୋଇଥିବା ଦେଶୀ ବ୍ରାଣ୍ଡ AI+ Pulse ସ୍ମାର୍ଟଫୋନକୁ ବହୁତ କମ ମୂଲ୍ୟରେ କିଣାଯାଇପାରିବ । ଯାହା ୭,୯୯୯ ରୁ ଆରମ୍ଭ ହୋଇଥିବା ଏହି ଫୋନଟି ଏବେ ୨,୦୦୦ ଟଙ୍କା କମ୍ ମୂଲ୍ୟରେ ଉପଲବ୍ଧ । ଆପଣ ଏହାକୁ ୫,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଘରକୁ ଆଣିପାରିବେ । ଏଥିସହ ଆପଣ ଫୋନରେ କ୍ୟାସବ୍ୟାକ୍ ଏବଂ ଏକ୍ସଚେଞ୍ଜ ଅଫର ମଧ୍ୟ ପାଇପାରିବେ । ଆପଣ ପୁରୁଣା ଫୋନ ଏକ୍ସଚେଞ୍ଜ କରି ୪,୩୫୦ ଟଙ୍କା ସଞ୍ଚୟ କରିପାରିବେ ।

AI+ Pulse ର ଫିଚର୍ସ:

ଭାରତୀୟ ବ୍ରାଣ୍ଡର ଏହି ଫୋନ୍ ୪GB RAM + ୬୪GB ଏବଂ ୬GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । ଏହି ଫୋନରେ ଉପଲବ୍ଧ ଫିଚର୍ସଗୁଡ଼ିକ ବିଷୟରେ କହିବାକୁ ଗଲେ, କମ୍ପାନୀ ଏକ ୬.୭-ଇଞ୍ଚ HD+ ଡିସ୍‌ପ୍ଲେ ପ୍ରଦାନ କରିଛି ।  ଏହି ଫୋନଟି ୯୦Hz ରିଫ୍ରେସ୍ ରେଟ୍ ଏବଂ ୪୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସାପରର୍ଟ କରେ । ଏଥିସହ ଏଥିରେ LCD ଡିସପ୍ଲେ ପ୍ୟାନେଲ୍ ମଧ୍ୟ ବ୍ୟବହାର କରାଯାଏ । ଏହି ଫୋନର ଡିସପ୍ଲେ ପ୍ରୋଟେକ୍ସନ ପଇେଁ 2D ଗ୍ଲାସ୍ ରହିଛି ।

ଆପଣମାନେ ଜାଣିରଖନ୍ତୁ ଯେ, ଏହି ଫୋନଟି Uniscoc T615 ପ୍ରୋସେସର ଦ୍ୱାରା ପରିଚାଳିତ । ଏଥିରେ ୬GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି । ଫୋନର ଷ୍ଟୋରେଜକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଫୋନରେ Android 15 ଅପରେଟିଂ ସିଷ୍ଟମ୍‌ ଦିଆଯାଇଛି । ଏଥିସହ ଏହା, nxtQ ଅପରେଟିଂ ସିଷ୍ଟମରେ ମଧ୍ୟ କାମ କରିଥାଏ ।

ଏହି ଆଫର୍ଡେବଲ ଫୋନଟି 4G/3G/2G କନେକ୍ଟିଭିଟି ପ୍ରଦାନ କରେ । ଏହା ବ୍ୟତୀତ, ଏଥିରେ ୫୦୦୦mAh ବ୍ୟାଟେରୀ ଅଛି ଏବଂ ୧୦W USB ଟାଇପ୍-C ଚାର୍ଜିଂକୁ ସପୋର୍ଟ କରେ । କମ୍ପାନୀ ଏହି ଆଫର୍ଡେବଲ ଫୋନରେ ଏକ ୩.୫mm ଅଡିଓ ଜ୍ୟାକ୍ ମଧ୍ୟ ସାମିଲ୍ କରିଛି । ଏହି ଫୋନର ବ୍ୟାକରେ ଏକ ୫୦MP AI କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୫MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଉପଲବ୍ଧ ।

ଏଥିସହ ଯଦି ଆପଣ କମ୍ ପ୍ରାଇସରେ ଏହି ଆଫର୍ଡେବଲ ଫୋନଟି କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ସେଲର ଫାଇଦା ନିଶ୍ଚିତ ଭାବରେ ଉଠାନ୍ତୁ ।

Leave a comment