ଚଳିତ ବର୍ଷ ଲଞ୍ଚ ହେବ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍

ଏହି ବର୍ଷ Apple ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କମ୍ପାନୀ ଏହି ବର୍ଷ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍  ଲଞ୍ଚ କରିବ ବୋଲି ଆଶା କରାଯାଉଛି । ଯାହା ଏବେ ଫୋଲ୍ଡେବଲ୍ ଆଇଫୋନର ଡିଜାଇନ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି ।

ଫିଚର୍ସ :

Appleର ପ୍ରଥମ ଆଇଫୋନ୍ ଫୋଲ୍ଡ ଡିଜାଇନ୍ ଚଳିତ ବର୍ଷ ଆଇଫୋନ୍ ୧୮ ସିରିଜ୍ ସହିତ ପ୍ରଚଳନ କରାଯାଇପାରେ । ଆଇଫୋନ୍ ଫୋଲ୍ଡରେ ୭.୬ ଇଞ୍ଚର ଫୋଲ୍ଡେବଲ୍ ସ୍କ୍ରିନ୍ ରହିବ । କମ୍ପାନୀ ଏଥିରେ ଏକ OLED ପ୍ୟାନେଲ୍ ମଧ୍ୟ ୟୁଜ୍ କରିବାକୁ ଯାଉଛି । ଏହା ବ୍ୟତୀତ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍‌ରେ ୫.୨୫ ଇଞ୍ଚର କଭର୍ ଡିସପ୍ଲେ ରହିବ । କିନ୍ତୁ ଆପଲ୍ ଏହି ଫୋଲ୍ଡେବଲ୍ ଆଇଫୋନ୍‌ରେ ଫେସ୍ଆଇଡିର ସୁବିଧା ଦେବ ନାହିଁ । ଅନ୍ୟାନ୍ୟ ବ୍ରାଣ୍ଡର ଫୋଲ୍ଡେବଲ୍ ଫୋନ୍‌ ଭଳି ଏଥିରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ମଧ୍ୟ ହୋଇପାରେ । କମ୍ପାନୀ ଏହାକୁ ଖୁବ୍ ପତଳା ବେଜେଲ୍ ସହିତ ସ୍ଲିକ୍ ଡିଜାଇନ୍ ପ୍ରଦାନ କରିବ ।

ଏଥିସହିତ Apple ର ପ୍ରଥମ ଫୋଲ୍ଡେବଲ୍ iPhone ରେ ଟାଇଟାନିୟମ ସହିତ ଷ୍ଟେନଲେସ୍ ଷ୍ଟିଲ୍ ୟୁଜ୍ କରାଯିବାର ମଧ୍ୟ ଆଶା କରାଯାଉଛି । ଏହି ଫୋନ୍ ପଛରେ କ୍ୱାଡ୍ କ୍ୟାମେରା ସେଟଅପ୍ ରହିବ । 48MP ମେନ୍ କ୍ୟାମେରା ଦେବ । ଏହା ବ୍ୟତୀତ ଏଥିରେ ଅଣ୍ଡର-ଡିସପ୍ଲେ ସେଲଫି କ୍ୟାମେରା ମଧ୍ୟ ସୁବଧା ରହିପାରେ । ଏହା ପ୍ରାଇସ୍ ପ୍ରାୟ ୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ ।

Leave a comment