ପ୍ରିପେଡ୍ ରିଚାର୍ଜ ପ୍ଲାନର ପ୍ରାଇସକୁ ବଢାଇଲା Airtel

ଭାରତରେ Airtel ଏକ ପ୍ରିପେଡ୍ ରିଚାର୍ଜ ପ୍ଲାନର ପ୍ରାଇସକୁ ବଢାଇଦେଇଛି । ପୂର୍ବରୁ ଏହି ରିଚାର୍ଜ ପ୍ଲାନର ପ୍ରାଇସ୍ ୪ ହଜାର ଟଙ୍କା ଥିଲା । ବର୍ତ୍ତମାନ କିନ୍ତୁ ଏହାର ପ୍ରାଇସକୁ ବଢାଇ ୪୯୯୯ଟଙ୍କା କରିଛି । ଏହା ଏକ ଇଣ୍ଟନ୍ୟାନାଲ ପ୍ୟାକ୍ । ଟେଲିକମଟକ୍ ୱେବସାଇଟ୍ ଅନୁଯାୟୀ, ନୂଆ ପ୍ରାଇସ୍ ସରକାରୀ ପୋର୍ଟାଲରେ ତାଲିକାଭୁକ୍ତ କରାଯାଇଛି । କମ୍ପାନୀ ୪,୯୯୯ ଟଙ୍କା ରିଚାର୍ଜ ପ୍ଲାନରେ ପ୍ରାୟ ୨୫% ଟାରିଫ୍ ବୃଦ୍ଧି କରିଛି । ଏୟାରଟେଲ୍ ଗତ ବର୍ଷ ଏପ୍ରିଲରେ ଏହି ୪,୦୦୦ ଟଙ୍କା ରିଚାର୍ଜ ପ୍ଲାନ ଲଞ୍ଚ କରିଥିଲା । ଯାହା ଅନେକ ସୁବିଧା ୟୁଜର୍ସଙ୍କୁ ଦେଇଥିଲା ।

ଏହା ଏକ ପ୍ରିପେଡ୍ଇଣ୍ଟରନ୍ୟାସନାଲ ରୋମିଙ୍ଗ ପ୍ୟାକ୍ । ଏହି ରିଚାର୍ଜ ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ଲାଭଦାୟକ ହୋଇଥାଏ ଯେଉଁମାନେ ଅଧିକ ସମୟ ଧରି ବିଦେଶରେ ରହିଥାଆନ୍ତି । ତଥାପି ଦେଶରେ ଥିବା ସମୟରେ ୟୁଜର୍ସ ଅନଲିମିଟେଡ କଲିଂ ସହିତ ଦୈନିକ 1.5GB ଡାଟା ଏବଂ ଅନ୍ୟାନ୍ୟ ଅନେକ ସୁବିଧା ପାଇପାରିବେ ।

Airtelର ୪୯୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ପ୍ୟାକ୍ ୩୬୫ ଦିନର ଭ୍ୟାଲିଡିଟି ସହିତ ଆସିଥାଏ । ଏଥି ସହିତ ଆହୁରି ଅନେକ କିଛି ବେନିଫିଟସ୍ ମିଳିଥାଏ । ଇଣ୍ଟରନ୍ୟାସନାଲ ରୋମିଂ ରେ 100 ମିନିଟ୍ ଆଉଟଗୋଇଂ ଏବଂ ଇନକମିଂ କଲ୍ ସମେତ ଅନେକ ଅନ୍ୟାନ୍ୟ ସୁବିଧା ପ୍ରଦାନ କରେ । ଇଣ୍ଟରନ୍ୟାସନାଲ ରୋମିଂ ସମୟରେ Airtel ଏହି ରିଚାର୍ଜରେ ବିଦେଶରେ 5GB ଡାଟା ଏବଂ 100 ଟି ଆଉଟଗୋଇଂ SMS ମିଳିବ ।

ଏହା ବ୍ୟତୀତ Airtelର ଏହି ପ୍ଲାନରେ ଭାରତରେ ଅନେକ ସୁବିଧା ପ୍ରଦାନ କରିଥାଏ । ଏଥିରେ ରୋମିଂ ସମେତ ଅନଲିମିଟେଡ୍ କଲିଂ ସାମିଲ ରହିଛି । ଭାରତୀୟ କ୍ଷେତ୍ରରେ ଥିବା ସମୟରେ ଏହି ପ୍ରିପେଡ୍ ପ୍ଲାନ୍ ଦୈନିକ 1.5GB ହାଇ-ସ୍ପିଡ୍ ଇଣ୍ଟରନେଟ୍ ଡାଟା ପ୍ରଦାନ କରେ । ଏଥିସହିତ ଏହା ଦୈନିକ 100 ଟି SMS ର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବର୍ତ୍ତମାନ, କେବଳ ଗୋଟିଏ ରିଚାର୍ଜର ମୂଲ୍ୟ ବୃଦ୍ଧି କରାଯାଇଛି, ଯାହା ସମ୍ପର୍କରେ କମ୍ପାନୀ କୌଣସି ଅଫିସାଆଲ ଭାବେ ସ୍ପଷ୍ଟ କରିନାହିଁ । କିନ୍ତୁ ଏହାର ନୂତନ ପ୍ରାଇସ୍ ସରକାରୀ ପୋର୍ଟାଲରେ ଦେଖିପାରିବେ ।

Leave a comment