ସମୟ ସହିତ ସ୍ମାର୍ଟଫୋନ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏଥିରେ ଏପରି ଟେକ୍ନୋଲୋଜି ଯୋଗାଇ ଦିଆଯାଉଛି ଯାହା ଜିନିଷକୁ ସହଜ ଏବଂ ଉନ୍ନତ କରିଥାଏ । ପୂର୍ବରୁ ସ୍ମାର୍ଟଫୋନରେ ସାଧାରଣ କ୍ୟାମେରା ଆସୁଥିଲା କିନ୍ତୁ ବର୍ତ୍ତମାନ ମୋବାଇଲ୍ ଫୋନରେ OIS ସପୋର୍ଟ କ୍ୟାମେରା ମିଳୁଛି । ବର୍ତ୍ତମାନ ସମୟରେ ଯେ କୌଣସି ସ୍ମାର୍ଟଫୋନ୍ ଲଞ୍ଚ ହେଉଛି କମ୍ପାନୀ ସେଥିରେ OIS ସପୋର୍ଟ ଦେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି OIS ସପୋର୍ଟ କଣ? ଏହା କିପରି କାମ କରେ? ଯଦି ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହା କଣ ଏବଂ ଏହା କିପରି କାର୍ଯ୍ୟ କରେ ତାହା ଜଣାଇବୁ ।OIS ର ଅର୍ଥ ହେଉଛି ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ । ଅତି ସରଳ ଶବ୍ଦରେ କହିବାକୁ ଗଲେ ଏହାର କାମ ହେଉଛି ଫଟୋ ଷ୍ଟାବିଲାଇଜ୍ ବା ସ୍ଥିର କରିବା । ଯେତେବେଳେ ଆମେ ସ୍ମାର୍ଟଫୋନରେ ଫଟୋଗ୍ରାଫି କରୁ ଆମର ହାତ ହଲିଯାଏ କାରଣ ଆମେ ପ୍ରୋଫେସନାଲ ଫଟୋଗ୍ରାଫର ନୁହେଁ । ଏହି କାରଣରୁ ଫଟୋ ଖରାପ ଆସେ ଏବଂ ଫଟୋ ବ୍ଲର ହୋଇଯାଏ । କିନ୍ତୁ OIS ସପୋର୍ଟ ଥିବା ଯୋଗୁଁ ଫଟୋ ଖରାପ ହୋଇନଥାଏ କାରଣ ଏହି ଟେକ୍ନୋଲୋଜି କ୍ୟାମେରା ମୁଭମେଣ୍ଟକୁ ଆଡଜଷ୍ଟ କରିଥାଏ ଯେଉଁଥିପାଇଁ ଫଟୋ ଠିକ ଆସିଥାଏ ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post