ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଛେଳି ମେଣ୍ଢା ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼ି ପାରିବେ ନାହିଁ।ଶ୍ରୀନଗରର ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲକୁ ଶିନ୍ଦେ କହିଛନ୍ତି ମୁଁ ବିରୋଧୀ ଦଳକୁ ଶାଗୁଣା ବୋଲି କହିବି ନାହିଁ। କିନ୍ତୁ ଛେଳି ମେଣ୍ଢା ଏକାଠି ହୋଇ ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏମଜୁଟ ହୋଇ ପାରିବେ ନାହିଁ। ସେ କହିଛନ୍ତି ସିଂହ ସର୍ବଦା ସିଂହ ଏବଂ ସେ ଜଙ୍ଗଲକୁ ଶାସନ କରିଥାଏ।ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକାଠି ହେବା ବିଷୟରେ ପଚରାଯିବାରୁ ଶିବସେନା ନେତା କହିଛନ୍ତି ସେମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। ସେ କହିଛନ୍ତି ମୁଁ ଭାବୁନାହିଁ ବିରୋଧୀ କୌଣସି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଅଛି।ମହାରାଷ୍ଟ୍ରରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସର ସ୍ଥିତି ଉପରେ ଶିନ୍ଦେ କହିଛନ୍ତି ଅଜିତ ପାୱାର ଆମ ସହ ଯୋଗଦେବା ପରେ ଆମ ପ୍ରତି ୨୧୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ସରକାରଙ୍କ ପାଇଁ କୌଣସି ବିପଦ ନାହିଁ। ଉଦ୍ଧବ ଠାକରେଙ୍କ ନାମ ନ ନେଇ ସେ କହିଛନ୍ତି ଆମେ ଲୋକଙ୍କ ପାଇଁ କାମ କରୁଛୁ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post