ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍ଆଇଟିର ଷ୍ଟାର୍ଟ୍ଅପ୍ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍ ତିଆରି କରିଛି। ଯାହା ବିଭିନ୍ନ ଡ୍ୟାମ୍, ପାଇପ୍ଲାଇନ୍, ବନ୍ଦର ଆଦିର ସମସ୍ୟାକୁ ଦୂରକରିବା ସହ ଭାରତୀୟ ନୌସେନା ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି। ଏହି ଷ୍ଟାର୍ଟଅପ୍ ଏବେ ସୋନିଟିଭିର ବହୁ ଚର୍ଚ୍ଚିତ ସୋ’ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସିଜନ୍-୩’ରେ ପ୍ରସାରିତ ହୋଇଛି। ବୁଧବାର ରାତିରେ ଏହି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତାଙ୍କ ଏପିସୋଡ୍ ପ୍ରସାରିତ ହୋଇଛି। ଏହି ଷ୍ଟାର୍ଟଅପ୍କୁ କମ୍ପାନିର ୧ ପ୍ରତିଶତ ଅଂଶ ବଦଳରେ ୮୦ ଲକ୍ଷ ଟଙ୍କାର ନିବେଶ ମିଳିଛି। ‘ଓୟୋ’ ହୋଟେଲ୍ର ସତ୍ତ୍ବାଧିକାରୀ ରିତେଶ ଅଗ୍ରୱାଲ ସବୁ ସର୍ତ୍ତକୁ ମାନିନେଇ ଏହି କମ୍ପାନି ସହ ଯୋଡ଼ି ହୋଇଛନ୍ତି। ଏହି ଏପିସୋଡ୍ ଆଜି ପ୍ରସାରିତ ହେବାପରେ ଷ୍ଟାର୍ଟଅପ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post