Browsing Tag

News

ବାତ୍ୟାରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ ଯିବେ ଜେଲ!

୨୩ରେ ବାତ୍ୟା ଆସୁଛି । ବାତ୍ୟା ଖବର ଶୁଣୁ ଶୁଣୁ କଳାବଜାରୀମାନେ ବିଭିନ୍ନ ସାମଗ୍ରୀର ଦର ବଢ଼ାଇଦେଇଛନ୍ତି । ବିଶେଷ କରି ଖାଦ୍ୟଦ୍ରବ୍ୟ ଦାମ ଅହେତୁକ ବୃଦ୍ଧି ପାଇଛି । ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ଥିବାରୁ ପରିବା ଦର ହୁ ହୁ ହୋଇ ବଢ଼ୁଛି। ଅତ୍ୟାବଶ୍ୟକ…

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ମାରିଲା ବାଜି

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ଇତିହାସ ରଚିଛି । ଦୁବାଇରେ ‌ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ବିଜୟଲାଭ କରିଛି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ । ଦକ୍ଷିଣ ଆଫ୍ରିକାକୁ ହରାଇ ନୂଆ ବିଜେତା ହୋଇଛି। ପ୍ରଥମ ଦୁଇ ସଂସ୍କରଣରେ ଉପବିଜେତା ନ୍ୟୁଜିଲାଣ୍ଡ ଫାଇନାଲ୍‌ରେ…

ହେଜବୁଲ୍ଲାର ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି ଇସ୍ରାଏଲ

ଇସ୍ରାଏଲ ସେନା ଏବେ ଘାଇଲା ବାଘ ଭଳି ଆକ୍ରମଣ କରୁଛି । ଗୋଟେ ପରେ ଗୋଟେ ବଡ଼ ମୁଣ୍ଡ ଗଡ଼ାଇବାରେ ଲାଗିଛି । ଇରାନ, ଗାଜା,  ଲେବାନନ ରାଜଧାନୀ ବେରୁତ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ହେଜବୁଲ୍ଲା ଗଡ଼କୁ ଧ୍ବଂସ କରିବାକୁ ଶପଥ ନେଇଛି ଇସ୍ରାଏଲ ସେନା । ଇସ୍ରାଏଲ ବାୟୁସେନା  …

ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନାଗପୁର ଦକ୍ଷିଣ-ପଶ୍ଚିମରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କାମାଥୀ ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର…

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା ନିଷ୍ପତ୍ତି ଅନୁସାରେ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଏବଂ ବରିଷ୍ଠ ନାଗରିମାନଙ୍କ…

ପୁରୀରେ ହବିଷ୍ୟାଳୀ ଶିବିର ପରିଦର୍ଶନ କରିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଛନ୍ତି ବ୍ରତଧାରୀ…

ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଆଜି ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୬ ଜଣଙ୍କ ନାମ ଘୋଷଣା କରାଯାଇଛି। ଉପ-ନିର୍ବାଚନ ପାଇଁ ସୀତାଇରୁ ସଂଗୀତା ରୟଙ୍କୁ ଟିଏମସି ଟିକେଟ୍…

୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସିଙ୍ଗାପୁରର ପ୍ରଧାନମନ୍ତ୍ରୀ,…

କେଉଁ ରାଶିରେ ଆଜି କ୍ରୀଡ଼ା କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ?

ମେଷ : ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଫିସ୍‌ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ବାଚନିକ ସହାୟତା ପାଇବେ। ବୃହସ୍ପତିଙ୍କ ପ୍ରଭାବରେ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ିଲେ…

ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା

ଆସନ୍ତା ଜାନୁଆରୀ ୩ ରୁ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…