Browsing Tag

#metro tv

ବଦଳିଛି ଫାଷ୍ଟାଗ୍‌ ନିୟମ,ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା

ଫାଷ୍ଟାଗ୍‌କୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ବଦଳିଛି ଫାଷ୍ଟାଗ୍‌ ନିୟମ । ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍‌ ବ୍ୟବସ୍ଥା ହେବ । ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା । ବର୍ଷେ କିମ୍ବା ୨୦୦ ଟ୍ରିପ୍‌ ପର୍ଯ୍ୟନ୍ତ ବାର୍ଷିକ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ହେବ…

ରାଜ୍ୟରେ ଡାଇରିଆ ଥମୁନାହିଁ, ୧୧ଜଣଙ୍କ ମୃତ

ରାଜ୍ୟରେ ଡାଇରିଆ ଥମୁନାହିଁ। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୧୧ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଛି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି…

ଟ୍ରମ୍ପଙ୍କ ସହ ଟେଲିଫୋନରେ କଥା ହେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ସମୟରେ ଉଭୟ ମଧ୍ୟରେ ଆତଙ୍କବାଦକୁ ନେଇ ବେଶ ଚର୍ଚ୍ଚା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ୩୫ ମିନିଟ୍ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ…

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଉଠିଲା ତିନି ରଥର ଖପୁରି

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ…

ହ୍ରାସ ପାଉଛି ସୁନା ଦର

ଗତ ସପ୍ତାହରେ ୩୫୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ସୁନା ଦର ଗତକାଲିଠାରୁ ହ୍ରାସ ପାଉଛି। ସୋମବାର ୨୨ କ୍ୟାରେଟ୍ ସୁନା ଦାମ୍ ୧୫୦ ଟଙ୍କା କମିଥିଲା। ଆଜି ସେଥିରେ ୧୦୫୦ ଟଙ୍କାର ହ୍ରାସ ଘଟିଛି। ଫଳରେ ଏହାର ୧୦ ଗ୍ରାମ ପିଛା ଦାମ୍ ୯୨,୦୦୦ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ୨୪ କ୍ୟାରେଟ୍…

ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ରେଡ ଆଲର୍ଟ

ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ରେଡ ଆଲର୍ଟ ହୋଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ ଓ ମେଘାଳୟ ରାଜ୍ୟକୁ ରେଡ ଆଲର୍ଟ ଜାରି କରାଯାଇଛି । ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି ।ସୂଚନା ଅନୁସାରେ ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଟି ଲଘୁଚାପ…

ଆଜିର ରାଶିଫଳ

ମେଷ:  ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃଷ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।…

ଆଜି ଠାରୁ ପୁଣି ଥରେ ଚାରିଧାମ ପାଇଁ ଆରମ୍ଭ ହେଲା ହେଲିକପ୍ଟର ସେବା

ଚାରିଧାମ ପାଇଁ ମଙ୍ଗଳବାରଠାରୁ ହେଲିକପ୍ଟର ସେବା ପୁନଃ ଆରମ୍ଭ ହୋଇଛି। ଜୁନ୍ ୧୫ ତାରିଖରେ କେଦାରନାଥ ଧାମ ଅଞ୍ଚଳରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ପରେ ଚାରିଧାମ ପାଇଁ ହେଲି ସେବା ବନ୍ଦ କରିଦିଆଯାଇଥିଲା। ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ସିଇଓ ସୋନିକା କହିଛନ୍ତି…

4 ଦିନିଆ ହୋଇପାରେ ଟେଷ୍ଟ ମ୍ୟାଚ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ବା ଡବ୍ଲ୍ୟୁଟିସି ଚକ୍ରରେ କ୍ରିକେଟ ଖେଳୁଥିବା ଛୋଟ ଦେଶଗୁଡ଼ିକ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଅନୁମୋଦନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଦ୍ୱାରା ଛୋଟ  କ୍ରିକେଟ ରାଷ୍ଟ୍ରଗୁଡ଼ିକ ଅଧିକ ଟେଷ୍ଟ ଓ…

ଦକ୍ଷିଣ ଆଫ୍ରିକାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଏକ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ଗୁରୁତର…