Browsing Tag

#india

ହରିୟାଣାରେ ସାଇନି ସରକାର

ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ନେଲେ  ଶପଥ । ଶପଥ ପାଠ କରାଇଲେ ରାଜ୍ୟପାଳ । ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ପରେ ନାଏବ ସିଂ ସାଇନି ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ସମାରୋହରେ ଯୋଗଦେବା ପାଇଁ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଜାଣନ୍ତୁ ଜଷ୍ଟିସ ସଂଜୀବ ଖାନ୍ନା କିଏ? ଯିଏ ହେବେ ପରବର୍ତୀ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି  ସଂଜୀବ ଖାନ୍ନା ହେବା ସ୍ପଷ୍ଟ ହୋଇଛି । ଏନେଇ ଜଷ୍ଟିସ ଚନ୍ଦ୍ରଚୁଡ  କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ…

ହଲିଉଡ୍‌ ଜଗତର ଶୋକ , ପପ୍‌ ଗାୟକ ଲିଆମ ଜେମ୍‌ସ ପେନ୍‌ଙ୍କ ମୃତ୍ୟୁ

ହଲିଉଡ୍‌ ଜଗତର ପ୍ରସିଦ୍ଧ ବ୍ରିଟିଶ ପପ୍‌ ଗାୟକ ଲିଆମ ଜେମ୍‌ସ ପେନ୍‌ଙ୍କ ମୃତ୍ୟୁ ଘଟିଛି। ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନୀରୁ ଖସି ତାଙ୍କର ମୃତ୍ୟୁ ଘଟିଛି। ୩୧ ବର୍ଷୀୟ ପେନ୍‌ଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍‌ ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ବ୍ରିଟିଶ ପପ୍‌ ଗାୟକ ପେନ୍‌…

ବିଷାକ୍ତ ମଦ ପିଇ 12 ଜଣ ମୃତ

ବିହାରର ସିୱନ ଓ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଗୁରୁତର ଅସୁସ୍ଥ ଅନ୍ୟ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଆଉ କେତେକ ମଦ୍ୟପ ଲୁଚି ରହିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୁଲିସ…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାଏବ ସିଂହ ସୈନି

ବିଜେପି ନେତା ନାଏବ ସିଂହ ସୈନି ଆଜି (ଗୁରୁବାର) ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ବୁଧବାର ଅନୁଷ୍ଠିତ ବୈଠକରେ ନାଏବ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଆଜି ଠାରୁ ଆରମ୍ଭ କାର୍ତ୍ତିକ ବ୍ରତ

ଆସନ୍ତା ୧୭ ତାରିଖଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ପୁଣ୍ୟ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ବି ଗହଳଚହଳରେ ଭରି ଉଠିଛି। ସେପଟେ ଗୁରୁବାରଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ…

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ

 ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା ଏକ ଟିସୁ ପେପରକୁ ଦେଖିଲେ ଆତଙ୍କ ଖେଲିଥିବା ଜଣାପଡିଛି। ବୋମା ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ତୁରନ୍ତ ବିମାନରୁ…

୧୦ ରାଜ୍ୟକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହି ସମୟରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ…

ବାବା ସିଦ୍ଦିକିଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣାରେ ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍। ବର୍ତ୍ତମାନ ସୁଦ୍ଧା ୩ ଗିରଫ, 28 ଗୁଳି ଜବତ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେଲେ ଅନେକ ରାଜନେତା…

ଜମ୍ମୁ-କଶ୍ମୀରରେ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଏହା ସହ ଏଠାରେ ୬ ବର୍ଷ ଧରି ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଉଚ୍ଛେଦ ହୋଇଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ…