ଟ୍ଵିନସିଟି ରେ ଉଡ଼ିଲା ଟଙ୍କା । ଆଶ୍ଚର୍ଯ୍ୟଜନକ ଲାଗିଲେ ବି କଥା ତା ସତ।ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ନୋଟ୍ ଉଡ଼ିଥିବା ଦେଖିବାକୁ ମିଳିଛି । ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟକୁ କିଛି ଲୋକ ଉଡ଼ାଇଥିବା ଖବର ସାମ୍ନାକୁ ଆସିଛି । ଏହି କଥାଟି ପ୍ରଥମେ ଶୁଣିବା ପରେ ଅଧିକାଂଶ ଲୋକ ଚକିତ ହୋଇଯାଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଘଟଣା ପଛର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା ।ପ୍ରକୃତରେ ଚିରାଫଟ ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଉଡ଼ିଥିବା ଜଣାପଡ଼ିଛି । ବ୍ୟାଙ୍କରେ ଚିରାଫଟା ନୋଟ ବଦଳାଇ ନ ହେବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ନିକଟରେ ଅସନ୍ତୁଷ୍ଟ ଗ୍ରାହକମାନେ ଚିରାଫଟା ନୋଟକୁ ଉଡ଼ାଇଥିବା ଜଣାପଡ଼ିଛି । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ ବଦଳାଉନଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏହି ନୋଟ ଉଡ଼ିବା ଘଟଣାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Prev Post
Next Post