୩ଦିନ ଯାଏ ପ୍ରବଳ ଶୀତ
photo credit newindianexpress.com
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇ ୟେଲୋ ୱାର୍ଣ୍ଣଂ ଜାରି କରିଛନ୍ତି । ଆସନ୍ତା ୩ଦିନ ରାଜ୍ୟରେ ଶୀତର ଲହରୀ ଜାରି ରହିବ । ଦିନରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩-୪ଡିଗ୍ରୀ ସେଲସିୟସ୍ ହ୍ରାସ ହେବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ଆଗାମୀ ୨ଦିନରେ ୨ରୁ ୩ଡିଗ୍ରୀ ସେଲସିୟସ କମିବ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର,ସମ୍ବଲପୁରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରାଯାଇଛି। ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ଦାରିଙ୍ଗିବାଡିରେ ୮ ଡିଗ୍ରୀ ସେଲସିୟସ୍ ରହିଥିଲା।
ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଜାନୁଆରୀ ୫ରୁ ରାଜ୍ୟରେ ଉତ୍ତୟ ଦିନ ଓ ରାତିର ତାପମାତ୍ରା ରେ କ୍ରମଶଃ ବୃଦ୍ଧି ଘଟିବ । ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକରେ ବର୍ଷା ଓ ବଜ୍ରପାତ ହୋଇପାରେ । ଜାନୁଆରୀ ୧୦ ଓ ୧ରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।