ସଂକଟରେ ମହାରଷ୍ଟ୍ର ସରକାର,ଶିବସେନାର ୨୬ ବିଧାୟକ ଗାଏବ.

ମେଟ୍ରୋ ଟିଭି ଓଡିଶା (୨୧.୬.୨୦୨୨)

ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ସୋମବାର ଦିନ ଏମଏଲସି ନିର୍ବାଚନରେ ଶିବସେନା ୩ ଏମଭିଏ ଗଠବନ୍ଧନକୁ ଝଟକା ଦେଇଛି ବିଜେପି ଓ ମଙ୍ଗଳବାର ଦିନ ଶିବସେନାର ୧୦ ରୁ ୧୨ ବିଧାୟକ ଗୁଜୁରାଟରେ ପହଞ୍ଚିଛନ୍ତି । ଏହା ସହ ଉଦ୍ଧବ ଠାକରେଙ୍କ ସରକାର ସଙ୍କଟରେ ପଡିଛନ୍ତି । ଠାକରେ ଆଜି ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡିଛି ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଶିବସେନାର ୧୦ରୁ ୧୨ ବିଧାୟକ ଏକନାଥ ସିନ୍ଧେଙ୍କ ସହ ସୁରଟର ହୋଟେଲରେ ଅଛନ୍ତି । ଶିବାସେନା ବିଧାୟକ ସିନ୍ଧେ କାଲିଠାରୁ ଶିବାସେନା ସମ୍ପର୍କରେ ନଥିଲେ । ସେ ସୁରଟର ଏକ ହୋଟେଲରେ ଅଛନ୍ତି । ସେଠାରେ ତାଙ୍କ ସହ ଶିବସେନାର ୧୨ ଜଣ ବିଧାୟକ ବି ଥିବାର ଖବର ଆସିଛି ।ତେବେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ସଙ୍କଟ ଅଧିକ ବଢ଼ିଯାଇଛି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ସଙ୍କଟ ବଢ଼ିଥିବା କୁହାଯାଉଛି ।