ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

୧୧ ମାସ ପରେ ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ରାଜ୍ୟ ସରକାର ଆଜି ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନେ ହେଲେ ସିଂହାରୀ ନିଯୋଗରୁ ମଧୁସୂଦନ ସିଂହାରୀ, ପୂଜାପଣ୍ଡା ନିଯୋଗରୁ ଜଗନ୍ନାଥ ପୂଜାପଣ୍ଡା, ଦଇତାପତି ନିଯୋଗରୁ ଗଣେଶ ଦାସମହାପାତ୍ର ଓ ପ୍ରତିହାରୀ ନିଯୋଗରୁ ରାମନାରାୟଣ ଗୋଛିକାର। ମୁକ୍ତିମଣ୍ଡପରୁ ସିଦ୍ଧେଶ୍ବର ମହାପାତ୍ର ଓ ସୁଆର ମହାସୁଆର ନିଯୋଗରୁ କୃଷ୍ଣ ଚନ୍ଦ୍ର ସାମନ୍ତରା(ଟୁକୁ)ଙ୍କୁ କମିଟିକୁ ମନୋନୀତ କରାଯାଇଛି। ସେହିଭଳି ବଳରାମକୋଟ ମଠ ମହନ୍ତ ରଘୁବୀର ଦାସ ମହାରାଜ, ପୂର୍ବତନ ରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପ୍ରାନ୍ତ ଅଧ୍ୟକ୍ଷ ଅନୁଗୁଳର ମହେଶ କୁମାର ସାହୁ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଏ.କେ. ସାବତଙ୍କୁ ସଦସ୍ୟ ଭାବେ କମିଟିରେ ନିଆଯାଇଛି।

Leave a comment