ଅମୁଲ କୁଲ ଦେଇ ଲୁଟିଲେ

ଲିଫ୍ଟ ବାହାନା କରି ଲୁଟିନେଲେ ଦୁର୍ବୁତ୍ତ

ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :


ଲିଫ୍ଟ ବାହାନା କରି ଲୁଟିନେଲେ ଦୁର୍ବୁତ୍ତ । ଏହି ଭଳି ଘଟଣା ଘଟିଛି ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଦୁଇ ଜଣ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଏହି ଦୁଇ ଲୁଟେରା ଲିଫ୍ଟ ଆଳରେ ସତସଙ୍ଗ ବିହାରରେ କାର ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ଅମୁଲ କୁଲରେ ନିଶା ଦେଇ ଅଚେତ କରିଥିଲେ । ଯାତ୍ରୀ ଅଚେତ ହେବା ପରେ ତାଙ୍କୁ ଲୁଟି ସାରି ରାସ୍ତରେ ଫିଙ୍ଗି ଦେଇଥିଲେ । ନିଶା ଦିଆ ଲୁଟେରାଙ୍କ ବିରୋଧରେ ସହିଦନଗର ଥାନାରେ ହୋଇଥିଲା ଅଭିଯୋଗ ।