ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ

ରାଜଧାନୀର ମୈତ୍ରୀବିହାର ଅଂଚଳରେ ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ ହୋଇଥିବା କମିଶନର କହିଛନ୍ତି ।  ଏକ ଆପାର୍ଟମେଣ୍ଟରେ ଝିଅ ସାମ୍ନାରେ ମାକୁ ଗଣଦୁଷ୍କର୍ମ ମାମଲାକୁ ନେଇ ବଡ ସୂଚନା ଦେଇଛନ୍ତି କମିଶନର | ସେ କହିଛନ୍ତି ଯେ ୨୯ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରାତି ପ୍ରାୟ ୨ଟାରେ ଦୁଇ ଦୁର୍ବୁର୍ତ୍ତ ପଶି ଗୋଟିଏ ମୋବାଇଲ ଓ ସୁନା ଚେନ ନେଇଯିବା ସହ ଦୁଷ୍କର୍ମ କରିଥିଲେ । ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ । ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ କେହି ଦୁର୍ବୁର୍ତ୍ତମାନଙ୍କୁ ଦେଖିନଥିଲେ । ଅଭିଯୁକ୍ତଙ୍କୁ ଧରିବା ବେଶ ଚ୍ୟାଲେଞ୍ଜି ଥିଲା । ପୀଡିତା ମଧ୍ୟ ତଦନ୍ତରେ ସହଯୋଗ କରିଥିଲେ । କମିଶନରଙ୍କ ସହ ମଧ୍ୟ କଥା ହୋଇଥିଲେ ପୀଡିତା । ୩ ଜଣ ଅଭିଯୁକ୍ତ ଥିଲେ। ୩ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ଘର ଭିତରକୁ ପଶିଥିଲେ । ଜଣେ ଘର ବାହାରେ ଜଗିଥିଲେ । ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଦଫା ୧୧୦ ରେ ପୂର୍ବରୁ ଅଭିଯୁକ୍ତଙ୍କୁ ବୁକ କରାଯାଇଛି । ଆଜି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ସେପଟେ ଅନ୍ୟ ଆପାର୍ଟମେଣ୍ଟ ବା କଲୋନୀରେ ରହୁଥିବା ଲୋକଙ୍କୁ ମଧ୍ୟ ଦେଲେ ବାର୍ତ୍ତା। ଏକୁଟିଆ ରହୁଥିବା ମହିଳା ପଡ଼ୋଶୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ କହିଲେ। ଏ ନେଇ ଆଗକୁ ମଧ୍ୟ ଆପାର୍ଟମେଣ୍ଟ ଓ କଲୋନୀ ବାସିନ୍ଦାଙ୍କ ସହ କଥା ହେବେ କମିଶନର ।