ଭୁବନେଶ୍ବର: ସେମାନେ ମହିଳାଙ୍କୁ ୫ ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କାର୍ଯ୍ୟ ଆରମ୍ଭ କରିଛି । ଏକଥା କହିଛି ବିଜେପି । କାରଣ ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି କହିଥିଲେ ନବୀନ ପଟ୍ଟନାୟକ । ସେ କହିଛନ୍ତି ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା କଥା କହି ବି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ସେ ଅଭ୍ୟାସ କରନ୍ତୁ। ଶହେ ଦିନର ସରକାରକୁ କହୁଛନ୍ତି, କିନ୍ତୁ ନିଜେ କ୍ଷମତାରେ ଥିବା ୨୪ବର୍ଷ କଥାକୁ ଭୁଲି ଯାଉଛନ୍ତି ନବୀନ ବାବୁ। ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ ୨୫ ବର୍ଷରେ ଓଡ଼ିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡ଼ିଶାବାସୀଙ୍କୁ ଲୁଟିଛନ୍ତି।
Trending
- ନିଛାଟିଆ କୂଅରୁ ଜଣେ ଜୀବନ୍ତ ବ୍ୟକ୍ତି ଉଦ୍ଧାର ,୪ ଦିନ ପରେ କୂଅ ଭିତରୁ ଜୀବନ୍ତ ବ୍ୟକ୍ତି ଉଦ୍ଧାର
- ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ ଗାଏବ୍ ଘଟଣା,ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଫିସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ
- କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ
- ଗୃହିଣୀଙ୍କ କାର୍ଯ୍ୟର ମୂଲ୍ୟ ପ୍ରତି ମାସ ୩୦,୦୦୦ ଟଙ୍କା – ସର୍ବୋଚ୍ଚ ନ୍ୟାୟାଳୟ
- ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ
- ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଧକ୍କା,କୌଣସି ମୃତାହତର ସୂଚନା ନାହିଁ
- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁ ମୋ ଭଉଣୀ ପାଖରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ନେଇ ସାରିଛି -ଚନ୍ଦ୍ରିକାଙ୍କ ମାମୁ ଝିଅ ଭଉଣୀ
- ପରାଜିତ ପ୍ରାର୍ଥୀ ମାନଙ୍କୁ ନେଇ ବୈଠକ କଲେ ବିଜେଡ଼ି ସୁପ୍ରିମୋ ନବୀନ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦେଲେ ପରାମର୍ଶ
- ଆଇଏଏସ୍ ଅଧିକାରୀ ସୁଜାତା ଆର୍. କାର୍ତ୍ତିକେୟନ ବିଜେଡିରେ ଯୋଗଦାନ ପ୍ରାୟ ନିଶ୍ଚିତ – ବରିଷ୍ଠ ନେତା ମନ୍ମଥ ରାଉତରାୟ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟର ବୈଠକ
Prev Post
Next Post