ମାଡ଼ି ଆସୁଛି ଝଡ଼ ତୋଫାନ, ଜାଣନ୍ତୁ ଆଇଏମଡିର ଲାଟେଷ୍ଟ ରିପୋର୍ଟ

ମେଟ୍ରୋ ଟିଭି ଓଡିଶା (୧୫.୫. ୨୦୨୨)

ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ ହିଟୱେଭର କହର ଚାଲିଥିବା ବେଳେ ଖୁବଶୀଘ୍ର ଏଥିରୁ ନିସ୍ତାର ମିଳିପାରେ । ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କିଛି ରାଜ୍ୟରେ ଝଡ଼, ତୋଫାନ, ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମୌସମ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଦେଶର ଅନେକ ରାଜ୍ୟରେ ବର୍ତ୍ତମାନ ହିଟୱେଭର କହର ଚାଲିଥିବା ବେଳେ ଖୁବଶୀଘ୍ର ଏଥିରୁ ନିସ୍ତାର ମିଳିପାରେ । ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କିଛି ରାଜ୍ୟରେ ଝଡ଼, ତୋଫାନ, ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ମୌସମ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆଇଏମଡି ମୁତାବକ, ହିମାଚଳ ପ୍ରଦେଶଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ପର୍ଯ୍ୟନ୍ତ କିଛି ରାଜ୍ୟରେ ବର୍ଷା ଓ ଝଡ଼ ତୋଫାନ ସମ୍ଭାବନା ରହିଛି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୬ ଓ ୧୭ ତାରିଖରେ ପବନ ସହିତ ବର୍ଷା, କୁଆପଥର ମାଡ଼ ହୋଇପାରେ । ଉତ୍ତର ପଞ୍ଜାବରେ ଓ ପୂର୍ବ ଉତ୍ତର ପ୍ରଦେଶରେ ଏହି ଦୁଇଦିନରେ ସାମାନ୍ୟ ବର୍ଷା ହୋଇପାରେ ।