ମାତିଛନ୍ତି ସାଇବର ଠକ

ମାତିଛନ୍ତି ସାଇବର ଠକ

ମେଟ୍ରୋ ଟିଭି ଓଡିଶା,୧୧/୨ : ଗାଁ ଗଣ୍ଡାର ଗରିବ ମଣିଷ ଟିଏ ଅକ୍ଲାନ୍ତ ପରିଶ୍ରମ କରି ଯାହା ଅର୍ଥ ଉର୍ପାଜନ କରେ ସେଥିରେ ଅଭାବୀ ପରିବାର ର ତେଲ ଲୁଣ ସଂସାର ଚଳାଇ ଯାହା କିଛି ଅର୍ଥ ବଳିପଡ଼େ ତାହାକୁ ଭବିଷ୍ୟତ ପାଇଁ ବ୍ୟାଙ୍କ ରେ ଏକ ଜମା ଖାତା ଖୋଲି ଜାମା କରେ, ଯଦି ଜମା ଖାତା ରେ ହଠାତ ଲକ୍ଷ୍ୟା ଧିକ ଟଙ୍କା କେଉଁଠୁ ଆସି ଛାଏଁ ଛାଏଁ ଜମା ହୋଇଯାଏ, ତେବେ କଥା ସରିଲା, ଜମାକାରୀଙ୍କ ମୁଣ୍ଡ ରେ ପଡେ ଚଡକ ।

ଜିରୋ ଆକାଉଣ୍ଟକୁ ଆସିଛି ଲକ୍ଷାଧିକ ଟଙ୍କା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କେନ୍ତିଆ ଗାଁର ଗୋବିନ୍ଦ ସ୍ୱାଇଁ, ଗାଁ ମୁଣ୍ଡ ଛକ ରେ ଏକ ଇଲୋଟ୍ରୋନିକ ରିପେୟାର ଦୋକାନ ଓ ଚାଷ ବାସ କରି ଚଳନ୍ତି,ନିଜର ଭଲ ମନ୍ଦ ପାଇଁ ୨୦୧୫ ମସିହା ରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ରାମନଗର ଶାଖା ରେ ଜିରୋ ଆକାଉଣ୍ଟ ଖୋଲି ଥିଲେ, ଆକାଉଣ୍ଟ ନମ୍ବର-୩୪୭୧୫୮୮୩୭୬୪ ଖୋଲି ଟଙ୍କା ପଇସା କାରବାର କରନ୍ତି,ତେବେ ପୂଜା ପାଇଁ ନିଜ ଭାଇ ଉକ୍ତ ଆକାଉଣ୍ଟ କୁ ଦୁଇ ହଜାର ଟଙ୍କା ଗୋବିନ୍ଦ ଙ୍କ ଆକାଉଣ୍ଟ କୁ ପଠାଇଥିଲେ,ଗୋବିନ୍ଦ ଭାଇ ପଠାଇ ଥିବା ଟଙ୍କା କୁ ଉଠାଇବା ପାଇଁ ସ୍ଥାନୀୟ ରାମନଗର ଠାରେ ଥିବା ଷ୍ଟେଟବ୍ୟାଙ୍କ କୁ ଯାଇଥିଲେ,

କିନ୍ତୁ ବ୍ୟାଙ୍କରେ ପହଁଚି ଗୋବିନ୍ଦ ଟଙ୍କା ଆଉ ଉଠାଇ ପାରି ନଥିଲେ, ନିଜର ଆକାଉଣ୍ଟ ସିଜି ହୋଇଯାଇଥିବାରୁ ଏନେଇ ଗୋବିନ୍ଦ ବ୍ୟାଙ୍କ ମ୍ୟାନେଜର ଙ୍କୁ ଜଣାଇବାପରେ କଥା ପଦାକୁ ଆସିଥିଲା, ମ୍ୟାନେଜର ଙ୍କ କହିବା କଥା ତୁମ ଆକାଉଣ୍ଟ କୁ କୋଟି କୋଟି ଟଙ୍କା କାରବାର ହୋଇଛି,ତୁମ ଆକାଉଣ୍ଟ ରେ ବିଭିନ୍ନ ସମୟରେ ଲକ୍ଷ୍ୟା ଧିକ ଟଙ୍କା ଜମା ହେବା ସହ ଉଠା ଯାଇଛି,ତୁମ ଆକାଉଣ୍ଟ କୁ କର୍ଣ୍ଣାଟକ ମହୀଶୂର ର ସାଇବାର କ୍ରାଇମି ବ୍ରାଞ୍ଚ ପକ୍ଷରୁ କେଶ ରୁଜୁ ହୋଇଛି,

ଗୋବିନ୍ଦ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି ମ୍ୟାନେଜର ଙ୍କୁ ଜଣାଇବା ପରେ ମ୍ୟାନେଜର ସମ୍ପୃକ୍ତ ଜମା ଖାତାର ଷ୍ଟେଟ ମେନ୍ଟ ଗୋବିନ୍ଦ କୁ ଧରାଇ ଦେଇଥିଲେ,ଜମା ଖାତା ର ନକଲ ଦେଖିଲା ପରେ ଗୋବିନ୍ଦ ର ହୋସ ଉଡିଯାଇଥିଲା,ସୁଣନ୍ତୁ ଏନେଇ କଣ କହୁଛନ୍ତି ଏ ନେଇ ଗୋବିନ୍ଦ ମହାକାଳପଡ଼ା ଥାନା ରେ ଏକ ଅଭିଯୋଗ କରିଛନ୍ତି, ତୁରନ୍ତ ସମ୍ପୁକ୍ତ ସାଇବର ଠକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ଗୋବିନ୍ଦ,ଏବେ ଗୋବିନ୍ଦ କୁ ଗୋବିନ୍ଦ ଭରସା ।
ରିର୍ପୋଟ-ସୁବାଷ ସ୍ୱାଇଁ